Latest Odisha News

BREAKING NEWS

ଅଗଷ୍ଟ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ ରେଜଲ୍ଟ ଚଳିତ ମାସ ୩ୟ ସପ୍ତାହରେ ପ୍ରକାଶ ପାଇବ ବୋଲି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଖାତା ଦେଖା ସରିଥିବା ବେଳେ ଏବେ ଟାବୁଲେସନ୍ କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଦୁଇ ବିଷୟର ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ ବେଳକୁ ପ୍ରକାଶ ପାଇବ ।

ତେବେ କଳା ବିଷୟର ପରୀକ୍ଷା ଖାତା ପ୍ରାୟତଃ ସରି ଆସୁଥିବା ବେଳେ ଖୁବ୍ ଶୀଘ୍ର ଏହାର ଟାବୁଲେସନ୍ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ କରି ଅଗଷ୍ଟ ଶେଷ ସପ୍ତାହ ବେଳକୁ ଏହାର ରେଜଲ୍ଟ ପ୍ରକାଶ ପାଇବ ବୋଲି ଆଶା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.