Latest Odisha News

BREAKING NEWS

କଂସେଇ ସାଜିଲା ମଣିଷ, ନିଆଁରେ ଜଳିଲା ମାନବିକତା !

ତାମିଲନାଡୁ: କରୋନା କହରରେ ଥରହର ସାରା ବିଶ୍ୱ । ଏଥିରୁ ଭାରତ ବାଦ୍ ପଡିବ ବା କେମିତି ? । ଭଡାଟିଆଙ୍କୁ କିଛି ମାତ୍ରାରେ ରିହାତି ଦେବାକୁ ଭାରତ ସରକାର ଘର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇରେ କିଛି ବ୍ୟତିକ୍ରମ ହେବା ପରେ ଜଣେ ବ୍ୟକ୍ତି ଆମଦାହ କରିବାକୁ ଉଚିତ ମଣିଥିଲେ ।

ଚେନ୍ନାଇର ଶ୍ରୀନିବାସନ୍ । ପେଶାରେ ଜଣେ ରଙ୍ଗମିସ୍ତ୍ରୀ । ପୂଝଲ୍ ଅଂଚଳରେ ନିଜ ପରିବାର ସହ ରହୁଥିଲେ । ଲକ୍‌ଡାଉନ୍ ପାଇଁ ହାତରେ କାମ ନଥିବାରୁ ପାଖରେ ପଇସା ବି ନଥିଲା । ସେଥିପାଇଁ ବିଗତ ୪ମାସ ହେଲା ସେ ଘର ଭଡା ବି ଦେଇପାରୁନଥିଲେ । ହେଲେ ଘର ମାଲିକ କିଛି ନ ଶୁଣି ସ୍ଥାନୀୟ ପୂଝଲ୍ ଥାନାରେ ଫେରାଦ ଦେଇଥିଲେ ।

ଅଭିଯୋଗ ପାଇ ଆସିଥିଲା ପୋଲିସ । ଶ୍ରୀନିବାସନଙ୍କ କଥା ଶୁଣିବା ତ ଦୂରର କଥା ଜଣେ ପୋଲିସ ଅଧିକାରୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ନିଜ ପରିବାର ଓ ସାହି ପଡିଶା ଆଗରେ ଅପମାନକୁ ସହିପାରିନଥିଲେ ଶ୍ରୀନିବାସ । ଶେଷରେ ରବିବାର ଦିନ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ତାଙ୍କ ଶରୀରର ୮୦ପ୍ରତିଶତ ଭାଗ ପୋଡିଯାଇଛି । ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ମାମଲାରେ ସଂପୃକ୍ତ ପୋଲିସ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.