Latest Odisha News

ଜରୁରୀ ସୂଚନା: ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି ହୋଇଛି। ଓଡ଼ିଶା ପୋଲିସ ପକ୍ଷରୁ ଜରୁରୀ ସୂଚନା ଜାରି କରାଯାଇଛି। ଏକ୍ସ ପୋଷ୍ଟ ଜରିଆରେ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି କରିଛି ଓଡ଼ିଶା ପୋଲିସ। ସକାଳ ପହରୁ ପୁରୀ ଅଭିମୁଖେ ରାସ୍ତାରେ ଅନେକ ଗାଡ଼ି ମଟର ଯିବା ଆସିବା କାରୁଥିବାରୁ ରାସ୍ତା ଜାମ୍ ହୋଇଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ, ସେ ନେଇ ପ୍ରସ୍ତୁତ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି।

ଶରଧାବାଲିରେ ଅଘଟଣ ପରେ ରାଜ୍ୟ ସରକାର ବଡ ଆକ୍ସନ ନେଇ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରାଇଛନ୍ତି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ । ଏହାସହ ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । ଖାଲି ସେତିକି ନୁହେଁ, DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.