Latest Odisha News

BREAKING NEWS

ଓଡିଶା ପୋଲିସ୍ ପାଳୁଛି ୯୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ଓଡିଶା ପୋଲିସର ପ୍ରତିଷ୍ଠା ଦିବସ । ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳୁଛନ୍ତି ଓଡିଶା ପୋଲିସ୍ । ଆଜିକୁ ୮୯ ବର୍ଷ ପୂର୍ବେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ ଗଠନ ହୋଇଥିଲା ଓଡିଶା ପୋଲିସ୍ ।

ଏଥିପାଇଁ ଆଜି ପ୍ରତିଷ୍ଠା ଦିବସ ପାଳିବାକୁ  ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଖାଲି ଭୁବନେଶ୍ବର ନୁହେଁ
ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସା ଏହି ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଛି । ବିଭିନ୍ନଦ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆାରେ ପ୍ରତିଷ୍ଠା ଦିବସ ପାଳିତ ହେଉଛି ।

ଏହି ଧାରାରେ ସୁନ୍ଦରଗଡର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିଭାଦନ ଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀମାନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ । ଆରକ୍ଷୀ ବାହିନୀ କିଭଳି ଆଜିର ଦିନରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ସମସ୍ତ ପୋଲିସ୍ବାହିନୀଙ୍କୁ ସମ୍ବୋଧିତ କରିଥିଲେ । ଏହି ପ୍ରତିଷ୍ଠା ଦିବସ ସମାରୋହରେ ଆଇପିଏସ ପ୍ରୋବେସନର ଅନନ୍ୟା ଅବସ୍ତିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.