Latest Odisha News

BREAKING NEWS

କୋଭିଡ୍ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ, ଦିନକରେ ଓଡ଼ିଶାରୁ ୩୦ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିଛି ପୋଲିସ । ରାଜ୍ୟବ୍ୟାପୀ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଚାଲିଛି । ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ରେକର୍ଡ ଫାଇନ୍ ଆଦାୟ ହୋଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୦ଲକ୍ଷ ୫୯ ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ । ଗିରଫ ହୋଇଛନ୍ତି ୧୭ ଜଣ । ୨ଟି ମାମଲା ରୁଜୁ ହୋଇଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ୍ ନିୟମ ଉଲ୍ଲଂଘନ କରି ଗହଳି କରିବା, ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନିୟମର ଉଲ୍ଲଂଘନ କରିବା ଦିଗରେ ସ୍ପେଶାଲ୍ ଡ୍ରାଇଭ ଚଳାଇଛି ପୋଲିସ । ଯେଉଁଠି ଉଲ୍ଲଂଘନ ହେଉଛି କାର୍ଯ୍ୟାନୁଷ୍ଠାନ ହେଉଛି । ଅମାନିଆଙ୍କ ପାଖରୁ ଆଦାୟ ହେଉଛି ଫାଇନ୍ । କୋଭିଡ୍ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ବାହିନୀ ପକ୍ଷରୁ ଜୋରଦାର ଚାଲିଛି ଅଭିଯାନ । ସେହିପରି ଆଜି ଦ୍ୱିତୀୟ ଦିନରେ ୧୧ହଜାର ୮୦୧ ଜଣଙ୍କଠାରୁ ଆଦାୟ ହୋଇଛି ୨୬ଲକ୍ଷ ୬୧ହଜାର ୪୫୦ ଟଙ୍କା ।

Leave A Reply

Your email address will not be published.