Latest Odisha News

ମହଙ୍ଗା ପଡ଼ୁଛି କୋଭିଡ୍ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ୨୪ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ସୁଧୁରୁନାହାଁନ୍ତି ଅମାନିଆ । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ କେତେକ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି । ସେମାନଙ୍କୁ ସାବାଡ୍ କରୁଛି ପୋଲିସ ।

୨୦ ତାରିଖ ଗୋଟିଏ ଦିନରେ ଓଡ଼ିଶା ପୋଲିସ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୯ଟି ମାମଲା ରୁଜୁ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଛି । ଏଥିସହ ୪୭୩ଟି ଗାଡ଼ିକୁ ଜବତ କରିଛି ପୋଲିସ । ନିୟମ ଉଲ୍ଲଂଘନ ନେଇ ଜରିମାନା ବାବଦକୁ ପୋଲିସ ଗତ ୨୪ ଘଣ୍ଟାରେ ୨୪ ଲକ୍ଷ ୬୦ ହଜାର ୪୦୦ ଟଙ୍କା ଆଦାୟ କରିଛି ।

ସେହିଭଳି ୧୯ ତାରିଖ ଗୋଟିଏ ଦିନରେ ଓଡ଼ିଶା ପୋଲିସ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ଟି ମାମଲା ରୁଜୁ କରିଥିବା ବେଳେ ୨୨ ଜଣଙ୍କୁ ଗିରଫ କରିଥିଲା । ୭୪୯ଟି ଗାଡ଼ିକୁ ଜବତ କରିବା ସହ ୨୯ ଲକ୍ଷ ୧ ହଜାର ୩୦୦ ଟଙ୍କା ଆଦାୟ କରିଥିଲା ପୋଲିସ ।

Leave A Reply

Your email address will not be published.