Latest Odisha News

BREAKING NEWS

ଚୀନକୁ ଚେତାଇଲା ଫିଲପାଇନ୍ସ, ଯୁଦ୍ଧ ବ୍ୟତୀତ ବିକଳ୍ପ ନାହିଁ

ମାନିଲା: କରୋନା ମହାମାରୀ ସମୟରେ ବି ଚୀନ ତାର ବିସ୍ତାରବାଦୀ ଓ ଅଶାନ୍ତି ନୀତିରୁ ଓହରି ପାରୁନି । ପ୍ରାୟ ସମସ୍ତ ପଡୋଶୀ ଦେଶ ବିବାଦ ସୃଷ୍ଟି କରିଥିବା ଚୀନକୁ କିନ୍ତୁ ଆଜି ଅପମାନର ସମ୍ମୁଖୀନ ହେବାକୁ ପଡିଛି । ଛୋଟ ଦେଶ ଫିଲପାଇନ୍ସ ଖୋଲାଖୋଲି ଭାବେ ଚୀନକୁ ଧମକ ଦେଇଛି । ଦକ୍ଷିଣ ଚୀନ ସାଗରରେ ଡ୍ରାଗନ ତାର ନୀତି ନ ବଦଳାଇଲେ ଯୁଦ୍ଧ ହେବ ବୋଲି ଫିଲପାଇନ୍ସ ରାଷ୍ଟ୍ରପତି ରୋଡିଗୋ ଦୁତେର୍ତ କହିଛନ୍ତି । ଚୀନ ଜୁଲିନା ଫେଲିପ ରୀଫ ଉପରେ ଚୀନ କବଜା କରିଥିବା ପ୍ରଥମ ଥର ପାଇଁ ଦୁର୍ତେତ ସ୍ୱୀକାର କରିଛନ୍ତି ।

ନୌସେନାକୁ ସମୁଦ୍ର ସୀମାରେ ନିୟୋଜିତ କରିବା ସହ ଫିଲପାଇନ୍ସ ପକ୍ଷରୁ କୁହାଯାଇଛି ଯେ, ହୁଏତ ଆମେ ଯୁଦ୍ଧରେ ହାରିଯାଇ ପାରୁ କିନ୍ତୁ ଚୀନ ସମ୍ମୁଖରେ ମୁଣ୍ଡ ନୂଆଁଇବୁ ନାହିଁ । ଇତି ମଧ୍ୟରେ ଆମେରିକା ସମର୍ଥନ ଦେବା ସହ ଫିଲପାଇନ୍ସ ସହ ମିଳିତ ସମରଭ୍ୟାସ କରିବ ବୋଲି ଘୋଷଣା କରିଛି ।

Leave A Reply

Your email address will not be published.