Latest Odisha News

BREAKING NEWS

ଟିକା ନେବେ ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହେବ । ଟିକା ନେବେ ପୋଲିସ ଡିଜି । ସେହିପରି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ବି ଟିକା ନେବେ । ଲୋକଙ୍କ ମନରେ ଆସ୍ଥା ପ୍ରକଟ କରିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ କୋଭିଡ୍ ଟିକା ନେବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟିକା ନେବା ପରେ ଫଟୋ ଟ୍ୱିଟ୍ କରିପାରିବେ ଅଧିକାରୀ । ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଟିକା ନେଇଥିଲେ ।

Leave A Reply

Your email address will not be published.