Latest Odisha News

BREAKING NEWS

ଭାରତୀୟ ମହିଳା ଫୁଟବଲ ଲିଗ: ମାତା ରୁକୁମଣିକୁ ହରାଇଲା ଓଡିଶା ପୋଲିସ

ଭୁବନେଶ୍ୱର: ଚଳିତ ଭାରତୀୟ ମହିଳା ଫୁଟବଲ ଲିଗରେ ବୁଧବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଓଡିଶା ପୋଲିସ ୧-୦ ଗୋଲରେ ମାତା ରୁକୁମଣିକୁ ପରାସ୍ତ କରିଛି । ୭ମ ବ୍ୟାଟାଲିୟନ ଗ୍ରାଉଣ୍ଡରେ ଚାଲିଥିବାର ଏହି ମ୍ୟାଚର ୮୪ତମ ମିନିଟରେ ଯଶମାନି ସମାଦ ବିଜୟସୂଚକ ଗୋଲଟି ସ୍କୋର କରିଥିଲେ । ୫ମ ମିନିଟରେ ସରୋଜିନୀ ତିର୍କୀ, ୧୭ତମ ମିନିଟରେ ଆରତୀ ଖଦିଆ ଓ ୭୨ତମ ମିନିଟରେ ଝରଣା ମଲିକ ଦଳ ପାଇଁ ଗୋଲ ସୁଯୋଗ ହାତଛଡା କରିଥିଲେ ।

ମାତା ରୁକୁମଣି ଦଳର ରକ୍ଷାପନ୍ଥୀ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧ ଶେଷ ବେଳକୁ ପ୍ରିୟଙ୍କା କାଶ୍ୟପ ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲେ । ମ୍ୟାଚ ଆରମ୍ଭରୁ ଓଡିଶା ପୋଲିସ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.