କଟକ: ଓଡ଼ିଶା ପୋଲିସରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ୪୭୭ ସବ-ଇନିସପେକ୍ଟର (ଝଓ) ପଦବୀ ପାଇଁ ନିଯୁକ୍ତି ବାହାରିଛି । ଜାରି ହୋଇଛି ବିଜ୍ଞପ୍ତି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ ଆବେଦନ କରିପାରିବେ । ଜୁଲାଇ ୧୫ ତାରିଖ ଆବେଦନ କରିବାର ଶେଷ ତାରିଖ । ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବେ ।
Odisha Police has announced the recruitment of 477 posts of Sub- Inspector of Police. pic.twitter.com/GHTLYCjrLV
— Odisha Police (@odisha_police) June 12, 2021
ବୟସ
– ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ହୋଇ ନଥିବା । ୨୫ ବର୍ଷରୁ ଅଧିକ ହେବନି
– ଏସସି/ଏସଟି/ମହିଳା/ଏସବିସି ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ
ଶିକ୍ଷାଗତ ଯୋଗ୍ୟତା
– କୌଣସି ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ
ପରୀକ୍ଷା
୧. ଅନଲାଇନରେ ଦୁଇଟି ପେପର ପରୀକ୍ଷା । ମୋଟ୍ ୩୦୦ ମାର୍କ ପରୀକ୍ଷା । ଭୁଲ୍ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ଅଛି ।
୨. ଶାରିରୀକ ପରୀକ୍ଷା: ଦୌଡ଼, ଲଙ୍ଗ ଜମ୍ପ
୪୭୭ ପଦବୀରୁ ଅନୁସୂଚିତ ଜାତିଙ୍କ ପାଇଁ ୭୮, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦୭, ଏସଇବିସିଙ୍କ ପାଇଁ ୫୩, ସାଧାରଣ ବର୍ଗଙ୍କ ପାଇଁ ୨୩୯ ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ଏକ୍ସ-ସର୍ଭିସ ମ୍ୟାନଙ୍କ ପାଇଁ ୧୪ ଓ ସ୍ପୋର୍ଟସ କୋଟାରେ ରହିଛି ୫ଟି ପଦବୀ । ସେହିପରି ୨୪୪ଟି କନଷ୍ଟେବଳ ପଦବୀ ପାଇଁ ବି ନିଯୁକ୍ତି ବାହାରିଛି ।
Odisha Police has announced the recruitment of 244 posts of Constable (Communication) in Signals Service. pic.twitter.com/sRmEsIrPAA
— Odisha Police (@odisha_police) June 12, 2021
Comments are closed.