Latest Odisha News

BREAKING NEWS

କିଛି ଲୋକଙ୍କଠାରେ ଟିକା ନେବା ପରେ କାହିଁକି ଦେଖାଯାଏ ପାର୍ଶ୍ୱ ପ୍ରତିକ୍ରିୟା?

ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ଅନେକ ଲୋକଙ୍କଠାରେ ଥକ୍କା, ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା, ବାନ୍ତି ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିନ୍ତୁ କିଛି ଲୋକଙ୍କଠାରେ କୌଣସି ପ୍ରତିକ୍ରିୟା ଦେଖାଯାଉ ନଥିବା ମଧ୍ୟ ଜଣାପଡ଼ିଛି। ତେବେ, କାହିଁକି କୋଭିଡ-୧୯ ଟିକା ପରେ କିଛି ଲୋକ ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ଏବଂ କେତେକଙ୍କଠାରେ ଏହା ଅନୁଭବ ହୁଏ ନାହିଁ?

କୋଭିଡ୍-୧୯ ଟିକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣ ସମସ୍ୟା। ଏହି ପ୍ରତିକ୍ରିୟା ଖୁବ୍‌ କମ୍‌ ସମୟ ପାଇଁ ଶରୀରରେ ରହିଥାଏ। ତେବେ ପ୍ରତିରକ୍ଷା ପ୍ରଣାଳୀ ପୁନର୍ବାର ବୃଦ୍ଧି କିମ୍ବା ଶରୀରରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାର ଏହା ହେଉଛି ଏକ ପ୍ରକାର ସଙ୍କେତ।

ତେବେ ସମସ୍ତଙ୍କଠାରେ ଏକା ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ଦେଖଯାଏ ନାହିଁ। କିଛି ଲୋକଙ୍କଠାରେ ପ୍ରଥମ ଡୋଜ ତୁଳନାରେ ଦ୍ୱିତୀୟ ଡୋଜ ଟିକା ନେବା ପରେ ଅଧିକ ପ୍ରତିକ୍ରିୟା ଦେଖାଯାଇଥାଏ।

ଯେତେବେଳେ ମାନବ ଶରୀର ପ୍ରଥମ ଥର ପାଇଁ ଏକ ଆଣ୍ଟିଜେନ୍ ସଂସ୍ପର୍ଶରେ ଆସେ, ସେତେବେଳେ ପ୍ରତିରକ୍ଷା ପ୍ରଣାଳୀର ପ୍ରତିକ୍ରିୟା ଏବଂ ସେହି ଆଣ୍ଟିଜେନ୍ ପାଇଁ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଉତ୍ପାଦନ ପାଇଁ ସମୟ ଲାଗେ। ଏହି ସମୟରେ, ବ୍ୟକ୍ତି ଅସୁସ୍ଥ ହେବାର ସମ୍ଭାବନା ଥାଏ। (WHO) “ଆଣ୍ଟିଜେନ୍” କୁ ଏକ ରୋଗର ଉପ-ଅଂଶ ଭାବରେ ବ୍ୟାଖ୍ୟା କରେ ଯାହା ଆଣ୍ଟିବଡି ଗଠନ କରିଥାଏ। ଟିକାକରଣ ପରେ ପାଥୋଜେନର ଆଣ୍ଟିଜେନ୍ ପ୍ରତିକ୍ରିୟାରେ ଉତ୍ପାଦିତ ଆଣ୍ଟିବଡିଗୁଡିକ ପ୍ରତିରକ୍ଷା ପ୍ରଣାଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ପ୍ରତିରକ୍ଷା ପ୍ରଣାଳୀର ଦୁଇଟି ମୁଖ୍ୟ ଅଂଶ ରହିଥାଏ। ପ୍ରଥମଟି ଶରୀରରେ ଭାଇରସ୍‌କୁ ଚିହ୍ନଟ କରିଥାଏ ଏବଂ ଦ୍ବିତୀୟଟି ଶ୍ବେତ ରକ୍ତ କଣିକା ଥଣ୍ଡା, ଯନ୍ତ୍ରଣା, ଥକ୍କାପଣ ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଦାୟୀ ପ୍ରଦାହକୁ ପ୍ରବର୍ତ୍ତାଇଥାଏ।

Leave A Reply

Your email address will not be published.