Latest Odisha News

BREAKING NEWS

ଘରେ ସୁରକ୍ଷିତ ରହିବା ନେଇ ଭିଡିଓ ଜରିଆରେ ନିବେଦନ କଲା ଓଡିଶା ପୋଲିସ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ସମସ୍ତଙ୍କୁ ଘରେ ରହିବା ସହ ଅଯଥା ବାହାରକୁ ଆସି ଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ଏହି ସମୟରେ ଯେଉଁମାନେ ଆମକୁ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି ଅର୍ଥାତ ପୋଲିସ କର୍ମଚାରୀଙ୍କ ପାଇଁ ଏବେ ଦିନ ରାତି ସମାନ । ଘରେ କାହାରି ଛୋଟ ପିଲାଟିଏ ଅଛି ତ କାହାର ରୋଗିଣା ବାପା ମାଆ । ଏଥି ସହ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ନ ଥିଲେ ବି ସେମାନଙ୍କର ଘରକୁ ଯିବା ପାଇଁ ସୁବିଧା ନାହିଁ । ତେବେ ଆମକୁ ସୁରକ୍ଷା ଯୋଗାଉଥିବା ପୋଲିସ କର୍ମଚାରୀ କେଉଁ ପରିସ୍ଥିତିରେ କାମ କରୁଛନ୍ତି ସେ ନେଇ ଆଜି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ପୋଲିସ କର୍ମଚାରୀମାନେ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ବାର୍ତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିଡିଓକୁ ନିଜ ଟ୍ୱିଟରରେ ସେୟାର କରି ଲେଖିଛନ୍ତି ଯେକୋଭିଡ୧୯ ବିରୋଧରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ସେମାନଙ୍କ ବଳିଦାନକୁ ସମ୍ମାନ ଜଣାନ୍ତୁ । ନିଜ ତଥା ସମାଜର ଭଲ ପାଇଁ ଲକଡାଉନ ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.