Latest Odisha News

ଅନ୍ୟ ରାଜ୍ୟ ତୁଳନାରେ କରୋନା ଭାଇରସରେ ସର୍ବନିମ୍ନ ସଂକ୍ରମିତ ହୋଇଛନ୍ତି ‘ଓଡିଶା ପୋଲିସ’

ଭୁବନେଶ୍ୱର: ଭାରତୀୟ ପୋଲିସ୍ ଫାଉଣ୍ଡେସନ୍ ଦେଇଥିବା ତଥ୍ୟ ଅନୁଯାୟୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ପୋଲିସ୍ କରୋନାଭାଇରସ୍ ଦ୍ୱାରା ସର୍ବନିମ୍ନ ସଂକ୍ରମତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଅଧିକାଂଶ ରାଜ୍ୟରେ ସଂକ୍ରମିତ ପୋଲିସଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଥିବା ବେଳେ ଓଡିଶାରେ ଏହି ସଂଖ୍ୟା ୧ ରେ ରହିଛି। କରୋନା ସଂକ୍ରମିତ ଚିହ୍ନଟ ଏହି ପୋଲିସ ଜଣଙ୍କ, କମିଶନରେଟ ପୋଲିସର ଜଣେ କନଷ୍ଟେବଳ ଅଟନ୍ତି। ଯିଏକି ଏଥିରୁ ଆରୋଗ୍ୟ ମଧ୍ୟ ଲାଭ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶରେ ୫୭୯୧ ଜଣ ପୋଲିସ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ ୨୫୦୯ ଟି ପଜିଟିଭ ମାମଲା ରହିଥିବା ବେଳେ ୨୭ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.