Latest Odisha News

ଆମାଜନ୍ ପ୍ରାଇମରେ ଓଡିଆ ଫିଲ୍ମ ‘ତୁଳସୀ ଅପା’

ଭୁବନେଶ୍ୱର: ପ୍ରଖ୍ୟାତ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଉପରେ ଆଧାରିତ ଓଡିଆ ଫିଲ୍ମ ‘ତୁଳସୀ ଅପା’ ଏବେ ଆମାଜନରେ ମଧ୍ୟ ଦେଖିବାକୁ ମିଳିବ ।

ଆମାଜନ ପ୍ରାଇମ୍ ୱାଲ୍ଡ ୱାଇଡରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ମଧ୍ୟରେ ଏହା ପ୍ରଥମ ଓଡିଶା ଫିଚର ଫିଲ୍ମ ।

ଏବେ ଓଡିଆ ସିନେ ପ୍ରେମୀମାନେ ଆମାଜନ ପ୍ରାଇମ୍ ମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ଦେଖିପାରିବେ।

ସ୍ୱର୍ଗୀୟ ଅମିୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ତୁଳସୀ ଅପା’ ତାଙ୍କର ଶେଷ ଫିଲ୍ମ । ଏହାବ୍ୟତିତ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବର୍ଷା ନାୟକ, ମଧୁସ୍ମିତା, ଲୋଚନୀ ବାଗ, ପ୍ରେମାଞ୍ଜନ ପରିଡା, ମମତା ପଣ୍ଡା, ସୁଜିତ ପାଇକରାୟ ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ଅଭିନୟ କରିଥିଲେ ।

୨୦୧୫ ମସିହାରେ ନିର୍ମତ ‘ତୁଳସୀ ଅପା’ ଚଳଚ୍ଚିତ୍ର ପ୍ରାୟ ୬ଟି ରାଜ୍ୟସ୍ତରୀୟ ପୁରସ୍କାର ଜିତିସାରିଥିବା ବେଳେ ଏହାର ଡାଇଲଗ୍ ଲେଖିଛନ୍ତି ଚିନ୍ମୟ ଦାସ ।

୧୯୪୭ ମସିହାରେ କେନ୍ଦୁଝରରେ ଜନ୍ମିତ ତୁଳସୀ ମୁଣ୍ଡା ଅଶିକ୍ଷିତ ହୋଇଥିଲେ ମଧ୍ୟ ଝିଅଙ୍କ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିଲେ ।

Leave A Reply

Your email address will not be published.