ଭୁବନେଶ୍ୱର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍ଲୋଡ୍ କରିପାରିବେ ଆଡମିଟ୍ କାର୍ଡ। odishapolice.gov.inରୁ ଡାଉନ୍ଲୋଡ୍ କରିପାରିବେ ଆଡମିଟ୍ କାର୍ଡ। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ପଦବୀ ପାଇଁ ଆଜି ପରୀକ୍ଷା ତାରିଖ ପ୍ରକାଶ ପାଇଛି।
ଏସ୍ଆଇ ପଦବୀ ପାଇଁ ଓଏମ୍ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ ପରୀକ୍ଷା। ପୂର୍ବରୁ ଏହି ପରୀକ୍ଷା ଦୁଇଥର ଘୁଞ୍ଚିଥିଲା। ବିଜ୍ଞପ୍ତି ଅନୁଯାୟୀ, ଏସ୍ଆଇ ପଦବୀ ପାଇଁ ଓଏମ୍ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଅକ୍ଟୋବର ୪ ଏବଂ ୫ ତାରିଖରେ ହେବ।
ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ପୋଲିସ ୱେବସାଇଟ୍ରୁ ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ସୂଚୀ ବିଷୟରେ ଜାଣିବା ପାଇଁ ସେପ୍ଟମ୍ବର ୨୦ ପରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଦିଆଯାଇଛି ପରାମର୍ଶ।


Comments are closed.