Latest Odisha News

BREAKING NEWS

ଯାତ୍ରୀଙ୍କ ନିରାପତ୍ତା ଲାଗି ପୋଲିସର କଡ୍ଡା ନଜରରେ ରହିବ ରେଲୱେ ଷ୍ଟେସନ: ଡ଼ିଜିପି

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ରେଲୱେ ଷ୍ଟେସନ ଗୁଡ଼ିକରେ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ ।

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜଧାନୀସ୍ଥିତ ପୋଲିସ କ୍ୟାମ୍ପ ଅଫିସରେ ରେଲୱେ ନିରାପତ୍ତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ) ସୁନୀଲ୍ ରାଓ, ଏଡ଼ିଜି (ରେଲବାଇ) ପ୍ରାଣବନ୍ଧୁ ଆଚାର୍ଯ୍ୟ ତଥା ଅନ୍ୟ ବରିଷ୍ଠ ପଦାଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ରହିଥିଲେ ।

ବୈଠକପରେ ଡ଼ିଜିପି ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ଯେଉଁ ପ୍ରମୁଖ ଷ୍ଟେସନ ଗୁଡ଼ିକରେ ସ୍ୱଳ୍ପ ଆଲୋକ ବ୍ୟବସ୍ଥା ରହିଛି ସେହିସବୁ ଷ୍ଟେସନରେ ଉନ୍ନତ ଆଲୋକୀକରଣ ଲାଗି କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ । ଏହାବ୍ୟତୀତ, ପ୍ରତ୍ୟେକ ରେଲୱେ ଷ୍ଟେସନ ଗୁଡ଼ିକର ଏଣ୍ଟ୍ରାନ୍ସ ଏବଂ ପ୍ରସ୍ଥାନ ସ୍ଥାନରେ ବ୍ୟାଗେଜ୍ ସ୍କାନର୍ ଖଞ୍ଜାଯିବାର ସୁବ୍ୟବସ୍ଥା କରାଯିବ । ରେଲୱେ ଷ୍ଟେସନରେ ଚଳପ୍ରଚଳ କରୁଥିବା ହକର୍ ଏବଂ ଉଠାଦୋକାନୀମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ ।

Leave A Reply

Your email address will not be published.