Latest Odisha News

BREAKING NEWS

ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବାକୁ ନୂଆଦିଲ୍ଲୀଠାରେ ଏକ ଭିଡ଼ଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ କେମିକାଲ୍ସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଉପସ୍ଥିତ ରହିଥିଲେ ।

ସେହିପରି ଭୁବନେଶ୍ୱର ରେଲୱେ ଷ୍ଟେସନଠାରେ ଭୁବନେଶ୍ୱର-ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ । ଆଜି ମଧ୍ୟ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଏହି ଟ୍ରେନ ପ୍ରଥମ ଚଳାଚଳ ଆରମ୍ଭ କରିଥିଲା ।

Leave A Reply

Your email address will not be published.