Latest Odisha News

BREAKING NEWS

କାଲିଠୁ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ୨୯ତମ ସମ୍ମିଳନୀ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଆୟୋଜିତ ହେବ । କାଲି ସକାଳ ୧୦ଟାରେ ଉତ୍କଲଳ ବିଶ୍ୱବିଦ୍ୟାଳୟର ନୂତନ କନ୍‌ଭୋକେସନ୍ ହଲ୍‌ରେ ଏହାକୁ ଉଦଘାଟନ କରିବେ ବାଚସ୍ପତି ଡ.ସୂର୍ୟ୍ୟନାରାୟଣ ପାତ୍ର ।

ଦୁଇଦିନ ଧରି ମୋଟ ୮ଟି ଅଧିବେଶନରେ ‘ପଲିଟିକ୍ସ ଆଣ୍ଡ ଡେଭେଲପ୍‌ମେଣ୍ଟ ଇନ୍ ଇଣ୍ଡିଆ: ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ୍’ ଶୀର୍ଷକ ବିଷୟବସ୍ତୁର ବିଭିନ୍ନ ନିର୍ଦ୍ଧାରିତ ଦିଗ ଉପରେ ଅଭିଜ୍ଞ ଶିକ୍ଷାବିତ ଆଲୋଚନା କରିବେ । ଏଥିସହ ଗବେଷଣାତ୍ମକ ଭିତ୍ତିପ୍ରବନ୍ଧମାନ ଉପସ୍ଥାପନ କାର୍ୟ୍ୟକ୍ରମ ରହିଛି ।

୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶେଷ ଥର ପାଇଁ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ସମ୍ମିଳନୀ ଆୟୋଜିତ ହୋଇଥିଲା । ୩୫ ବର୍ଷ ପରେ ପୁଣି ଏହା ଉତ୍କଳ ବିଶ୍ୱବିଦ୍ୟାଳୟକୁ ଫେରୁଥିବାରୁ ବିଭିନ୍ନ ମହଲରେ ଉତ୍ସାହ ଦେଖାଦେଇଛି ।

ଉଦ୍‌ଘାଟନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବାକୁ ଥିବାବେଳେ କୋଲକାତା ବିଶ୍ୱବିଦ୍ୟାଳୟ(ଆଲିପୁର କ୍ୟାମ୍ପସ)ର ରାଜନୀତି ବିଜ୍ଞାନ ପ୍ରଫେସର ଦୀପଙ୍କର ସିହ୍ନା ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।

Leave A Reply

Your email address will not be published.