Latest Odisha News

BREAKING NEWS

ଓମିକ୍ରନ୍‌ ଭୟ; ଖ୍ରୀଷ୍ଟମାସଠୁ ଏହି ରାଜ୍ୟରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ବଢୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଖ୍ରୀଷ୍ଟମାସ ଠାରୁ ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୫ ରୁ ରାତି ୧୧ ଟା ରୁ ୫ ଟା ପର୍ଯ୍ୟନ୍ତ ୟୁପିରେ ରାତ୍ରି କର୍ଫ୍ୟୁ ଲାଗୁ ହେବ।

ବିବାହ ଉତ୍ସବ କିମ୍ବ‌ା ଇଭେଣ୍ଟରେ କୋଭିଡ ପ୍ରୋଟୋକଲ ସବୁ ସମୟରେ ପାଳନ କରିବାକୁ ପଡିବ ବୋଲି ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ୟୁପିରେ ରାତ୍ରି କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କୌଣସି ଯାତାୟାତ ହୋଇପାରିବନି ବୋଲି କୁହାଯାଇଛି।

ଏପର୍ଯ୍ୟନ୍ତ ଭାରତରେ ଓମିକ୍ରନର ୩୪୬ ଟି ମାମଲା ରେକର୍ଡ ହୋଇଛି।

Leave A Reply

Your email address will not be published.