ଭୁବନେଶ୍ୱର: ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପାଣ୍ଡିଆନ ଆଚରଣ ବିଧି ଉଲଙ୍ଘନ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ବିଜେପି ଶାସକ ବିଜେଡି ଉପରେ ବର୍ଷିଛି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପାଣ୍ଡିଆନଙ୍କ ଗସ୍ତ ଅର୍ଥହୀନ ଏବଂ ସେ ନିଜ କ୍ଷମତାକୁ ଅତିରଞ୍ଜିତ କରୁଛନ୍ତି ବିଜେଡି ନେତାମାନେ କାହିଁକି ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ, ଟିକେଟ୍ କଟିଯିବା ଭୟରେ ଏଭଳି କରୁଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତକୁ ସମାଲୋଚନା କରି କହିଛନ୍ତି ଯେ, ଜଣେ ସରକାରୀ ଅଧିକାରୀ କିଭଳି ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ରହୁଛନ୍ତି। ରାଜ୍ୟରେ ମୁଖ୍ୟ ଶାସନ ସଚିବ ଥାଉ ଥାଉ ଏଭଳି କିଭଳି ସମ୍ଭବ ହେଉଛି? କେନ୍ଦ୍ର ସରକାର ତଦନ୍କ କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ବିହିତ ପଦକ୍ଷେପ ନିଆଯିବ ବୋଲି ଆଶା ରହିଛି।
ସେହିପରି ଓଡ଼ିଶା ପ୍ରଦେଶ କଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେଡି ନେତାମାନେ ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି କାରଣ ସେମାନେ ଭୟ କରୁଛନ୍ତି ଯେ ସେମାନେ ଟିକେଟ୍ ପାଇବାରୁ ବଞ୍ଚିତ ହେବେ। ପାଣ୍ଡିଆନଙ୍କୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ବୋଲି କହିବା ସହ ରାଜନୀତିରେ ପ୍ରବେଶ କରିବାକୁ ହେଲେ ଚାକିରି ଛାଡିଦେବାକୁ କହିଛନ୍ତି। ଅପରପକ୍ଷରେ ବିରୋଧୀଙ୍କ ଅଭିଯୋଗ ଉପରେ ଓଡ଼ିଶା ସରକାର କିମ୍ବା ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ପାଣ୍ଡିଆନଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓଡ଼ିଶା ସରକାରଙ୍କ 5-ଟି ସଚିବଙ୍କ ବଢୁଥିବା ପ୍ରଭାବକୁ ପଦାରେ ପକାଇଛି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିକଟତର ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଛି। ଏହି ବିବାଦ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି।
Comments are closed.