Latest Odisha News

ପ୍ରକାଶ ପାଇଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ତାଲିକା

ଭୁବନେଶ୍ୱର:ଘୋଷଣା ହେଲା ଅଖିଳ ଭାରତ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ । ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା , କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା,  ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଏବଂ ବିଭିନ୍ନ ବିଭାଗର ସଂଯୋଜିକା ମାନଙ୍କର ନାମ ଘୋଷଣା କରିଛନ୍ତି  । ଏନେଇ  ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
BjdElectrycity
ଏହି କମିଟିରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଭାବରେ  ଏଲ ମାଣିକ ପ୍ରଭା, ଜ୍ୟୋର୍ତିମୟୀ ବାଗ, ରଶ୍ମି ମହାପାତ୍ର ଓ ସଂଗୀତା ସିଂ ପ୍ରମୁଖ ରହିଥିବା ବେଳେ ସାଧାରଣ ସଂପାଦିକା ଭାବରେ ରିତାଶ୍ରୀ ମହାନ୍ତି, ସିଲି ସେଠୀ, ସୁଭଦ୍ରା ମିଶ୍ର, ଅମିତବାଳା ଆଚାର୍ଯ୍ୟ, ଲକ୍ଷ୍ମିପ୍ରିୟା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ସୁପ୍ରଭା ବରାଇ, ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ, ସୁକାନ୍ତି ସରାଫ, ମହେନ୍ଦ୍ରି ସାହୁ ଓ ନମିତା ମାଝି ପ୍ରମୁଖ ରହିଛନ୍ତି ।
ସେହିପରି ସଂପାଦିକା ଭାବରେ କଲ୍ୟାଣି ପୂର୍ତି, ଲିପ୍‌ସା ଚାଂଟପାଲି, ସ୍ୱର୍ଣ୍ଣଲତା ବାନରା, ଗୋରେଟି ସେସ୍‌, ଧନମଣି ପାତ୍ର, ସୁଦିପ୍ତା ଦାଶ, ସିପ୍ରା ସେନାପତି, ସ୍ନେହଲତା ମହାପାତ୍ର, ଗୌରି ଦାସ, କିରଣବାଳା ମହାନ୍ତି, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ଦେବସ୍ମିତା ସାମଲ, ତୁଷାରକାନ୍ତି ମିଶ୍ର, ପଦ୍ମାବତୀ ମାଣ୍ଡାଙ୍ଗି, ଗିତାଞ୍ଜଳି ପିଡ଼ିକା, ସୁନିତା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ ଓ ରାଜଲକ୍ଷ୍ମୀ ପାତ୍ର ପ୍ରମୁଖ ରହିଛନ୍ତି ।  ଶ୍ରୀମତୀ ଚୈତାଳି ପଟ୍ଟନାୟକ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଛନ୍ତି ।
କାର୍ଯ୍ୟକାରୀ କମିଟି ସଦସ୍ୟା ଭାବେ ଶ୍ରୀମତୀ ଆରତୀ ସ୍ୱାଇଁ, ପ୍ରତିମା କର, ରଞ୍ଜିତା ରାଉତ, ଚୌଧୁରୀ ସ୍ନେହଲତା ରାୟ, ମଧୁସ୍ମିତା ସେଠୀ, ଶୁଭଶ୍ରୀ ପଣ୍ଡା, ପ୍ରଭାବତୀ ପଟ୍ଟନାୟକ, ଶୁଭାସିନୀ ମହାକୁଡ଼, ପ୍ରଭାତୀ ମିଶ୍ର, ମନଜା ମଞ୍ଜରୀ ଦେବୀ, ବିଣାପାଣୀ ସାମଲ,  ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ଉର୍ବଶୀ ମିଶ୍ର, ଅର୍ଚ୍ଚନା ନନ୍ଦି, ଲଳିତା ସାହୁ, ସୁଲୋଚନା ନାୟକ, ସ୍ୱାଗତିକା ପଟ୍ଟନାୟକ, ମନୋରମା ପରିଡ଼ା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଣତି ମିଶ୍ର, କୁସୁମ ପ୍ରଧାନ, ନିରୁପମା ଦାସ, ରୁପାଦିପ୍ତା ମହାପାତ୍ର, କନକଲତା ମଲ୍ଲିକ, ରିନା ସ୍ୱାଇଁ, ଅର୍ଣ୍ଣପୂର୍ଣର୍ା ସାହୁ, ସୁଜ୍ଞାନି ପଟ୍ଟନାୟକ, ଏମଏ ପରୱିନ,  ଅମିତା ବିଶ୍ୱାଳ, ରଞ୍ଜିତା ଯୋଶି, ମୁନି ଥାପ୍ପା, ମୋତି କୈବର୍ତ, ବାସନ୍ତି ସାମଲ, ବିନ୍ଧ୍ୟାବିନୀ ସାହୁ, ସୂର୍ଯ୍ୟକାନ୍ତି ବାଗ ଓ ନିର୍ମଳା ମଲ୍ଲିକ ପ୍ରମୁଖ ରହିଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା ଭାବରେ ସୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅଜୟନ୍ତୀ ପ୍ରଧାନ, ରତ୍ନମଣି ଉଲ୍ଲାକା ଓ ପ୍ରତିମା ମଲ୍ଲିକ ପ୍ରମୁଖ ରହିଛନ୍ତି ।
ସାମାଜିକ ଗଣମାଧ୍ୟମ ସଂଯୋଜିକା ଭାବରେ ଶିବାନୀ ରାଉତରାୟ, ନ୍ୟାୟବାହିନୀ ସଂଯୋଜିକା ଭାବରେ ଦିପ୍ତିରାଣୀ ପ୍ରଧାନ, ସ୍ତ୍ରୀ ହେଲପ ଲାଇନ ସଂଯୋଜକ ଭାବରେ ସବିତା ଧିର ଓ ଡାକ୍ତର ହେଲପ ଲାଇନ ସଂଯୋଜିକା ଭାବରେ ପ୍ରଜ୍ଞାପରିମିତା ମହାନ୍ତି ନିଯୁକ୍ତି ପାଇଛନ୍ତି ।
ଏଥିସହିତ   ଜିଲ୍ଲା ମହିଳା କଂଗ୍ରେସ ସଭାପତି  ନିଯୁକ୍ତି ମଧ୍ୟ ଦିଆଯାଇଛି ।  ବଲାଙ୍ଗିରର ସଭାପତି ଭାବେ ମିଲାନି ସାହୁ, ବାଲେଶ୍ୱରର ପ୍ରଜ୍ଞାପରମିତା ମହାନ୍ତି, ବରଗଡ଼ର ମୌସୁମୀ ସାହୁ, ଭଦ୍ରକର  ସବିତା ଚାନ୍ଦ, ଭୁବନେଶ୍ୱରର ଗିତାଞ୍ଜଳି ମହାନ୍ତି, ବୌଦ୍ଧର କବିତା ମହାକୁଡ଼, କଟକର ଶୋଭମୟୀ ସିଂ, କଟକନଗରର କଳ୍ପନା ସେନ, ଦେବଗଡ଼ର ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳର ସ୍ମିତାରାଣି ସାମଲ, ଗଜପତିର ସସ୍ମିତା ନାୟକଙ୍କୁ  ନିଯୁକ୍ତି ଦିଆ ଯାଇଛି ।
ସେହିପରି  ଗଞ୍ଜାମର ବନଜା ପଣ୍ଡା, ଜଗତସିଂହପୁରର  ପ୍ରିୟମ୍ବଦା ପାଣି, ଯାଜପୁରର  ଆରତି ଦେଓ, ବ୍ୟାସନଗର ମୁନିସ୍‌ପାଲଟିର ଜ୍ୟୋତିର୍ମୟୀ ରାଉତ, କଳାହାଣ୍ଡିର ମାର୍ଗିନା ପ୍ରଧାନ, କେନ୍ଦୁଝରର ପ୍ରବିନା ଦଣ୍ଡ ପାଟ, କନ୍ଧମାଳର ରୁଦ୍ର ମଲ୍ଲିକ, କେନ୍ଦ୍ରାପଡ଼ାର ଜିନତ ପ୍ରିୟଦର୍ଶୀନି ରାଉତ, ଖୋର୍ଦ୍ଧାର ଝୁନା କୁମାରୀ ପଟ୍ଟନାୟକ, କୋରାପୁଟର ନଳିନୀ ରଥ, ମାଲକାନଗିରିର ପୁଷ୍ପା ପଡ଼ିଆମି, ମୟୁରଭଞ୍ଜର ସୁସ୍ମିତା ଘୋଷାଲ, ନବରଙ୍ଗପୁରର ଗିତାରାଣୀ ସମ୍ରାଟ, ନୟାଗଡ଼ର ସସ୍ମିତା କୁମାର ଦାସ, ନୂଆପଡ଼ାର କବିତା ସାହୁ, ପୁରୀର ନିରୁପମା ପାତ୍ର, ରାୟଗଡ଼ାର ଅମ୍ବିକା ମାଝୀ, ରାଉରକେଲାର ନିରୁପମା ବଳିଆରସିଂ, ସମ୍ବଲପୁରର ସୁତପା ମିତ୍ର, ସୁବର୍ଣ୍ଣପୁରର ଭବାନୀ ଦିପ ଓ ସୁନ୍ଦରଗଡ ଜିଲ୍ଲାର ସରୋଜିନୀ ବାଙ୍କ ପ୍ରମୁଖ ନିଯୁକ୍ତି ପାଇଛନ୍ତି ବୋଲି ଶ୍ରୀମତୀ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
Leave A Reply

Your email address will not be published.