Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମାଘ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମାସରେ ବିଭିନ୍ନ ପର୍ବପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଆଜି ଆଲୋଚନା କରିବା ମାଘ ମାସ ବିଷୟରେ ।

ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ :- ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଦେବୀ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏହା ଏକ ସାର୍ଵଜନିନ ପୂଜା, ଶ୍ରୀମନ୍ଦିର ପରମ୍ପରାରେ ଏହା ଶ୍ରୀ ପଞ୍ଚମୀ ଭାବରେ ବା ବସନ୍ତ ପଞ୍ଚମୀ ଭାବରେ ପାଳିତ ହୋଇଥାଏ। ବିଦ୍ୟାଦାତ୍ରୀ ଭାବରେ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ପାଳିତ ହେଉଥିବା ବେଳେ ଶ୍ରୀ ମନ୍ଦିରରେ ଯୋଗମାୟାଙ୍କ ତିନୋଟି ସ୍ୱରୂପ ମହା ସରସ୍ବତୀ, ମହାଲଷ୍ମୀ ଓ ମହାକାଳୀ ମଧ୍ୟରୁ ସାତ୍ଵିକ ସ୍ୱରୂପ ମହା ସରସ୍ବତୀ ରୂପେ ପୂଜିତ ହୁଅନ୍ତି ।

ତିଳ ସପ୍ତମୀ :-ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଏହା ଶ୍ରୀମନ୍ଦିର ରେ ପାଳିତ ହୋଇଥାଏ ।

ଭୈମୀ ଏକାଦଶୀ :- ମାଘ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହା ପାଳିତ ହୋଇଥାଏ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ବର୍ଷ ମଧ୍ୟରେ ପଡୁଥିବା ୨୪ ଏକାଦଶୀରେ କେବଳ ବିଷ୍ଣୁ ଙ୍କ ଆରାଧନା କାରାଯାଏ। ପ୍ରତ୍ୟେକ ଏକାଦଶୀ ତିଥିର ପଛରେ ଏକ ଏକ କିମ୍ବଦନ୍ତୀ ରହିଥାଏ। କିନ୍ତୁ ସେସବୁ ଧ୍ୟାନ ନଦେଇ କେବଳ ବିଷ୍ଣୁଙ୍କ ସହସ୍ରନାମ ପାଠ କଲେ, ଭଗବାନ ପ୍ରସନ୍ନ ହୋଇଥାନ୍ତି ।

ଆଗାମୀ ଅଧ୍ୟାୟରେ ଜାଣିବା ଫାଲଗୁଣ ମାସ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଏ ଭାବେ ଦୃଢ଼ ଯାର ମନ
ସେ ପ୍ରାଣୀ ଭକତ ଉତ୍ତମ।
ଈଶ୍ୱରଠାରେ ପ୍ରେମ କରେ
ମିତ୍ର ଭାବନା ସାଧୁଠାରେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.