କଟକ: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟର ୪ର୍ଥ ମ୍ୟାଚରେ ପୁରୀ ଟାଇଟାନ୍ସ ୯ ୱିକେଟରେ କଟକ ପାନ୍ଥର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି କଟକ ପାନ୍ଥର୍ସ ୭ ୱିକେଟ ବିନିମୟରେ ୧୪୧ ରନ କରିଥିଲା । ବିପ୍ଲବ ସାମନ୍ତରାୟ ୨୨ ବଲରୁ ସର୍ବାଧିକ ୩୩ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସ୍ୱସ୍ତିକ ସାମଲ ୨୪ ବଲରୁ ୨୨, ପାନକଲା ଶଶାଙ୍କ ୧୪ ବଲରୁ ୧୩ ଓ ଅଭିଷେକ ରାଉତ ଦ୍ରୁତ ୨୫ ରନ କରିଥିଲେ ।
ପୁରୀ ଟାଇଟାନ୍ସର ଏମଡି ଡାନୀଶ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ରାଜେଶ ମହାନ୍ତି, ଆଶୁତୋଷ ଛୁରୀୟା, ସୁଶୀଲ ବାରିକ ଓ ଉଦୟ ଯାଟା ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୧୪୨ ରନର ଲକ୍ଷ୍ୟକୁ ପୁରୀ ୧୭.୪ ଓଭରରେ ହାସଲ କରି ନେଇଥିଲା । ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡଙ୍ଗୀ ପ୍ରଥମ ୱିକେଟରେ ୮୬ ରନ ଯୋଗ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଅନୁରାଗ ୨୯ ବଲରୁ ୩୧ ଓ ଶାନ୍ତନୁ ୭୯ ରନ କରିଥିଲେ । ଅଭିଷେକ ରାଉତ କଟକ ପାଇଁ ଏକମାତ୍ର ୱିକେଟି ହାସଲ କରିଥିଲେ ।
Comments are closed.