କଟକ: ଆଉ ହାତ ଗଣତି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଓଡିଶା ପ୍ରୋ ଟି୨୦ ଲିଗର ଉଦଘାଟନୀ ସଂସ୍କରଣ । ରୋମାଂଚକ କ୍ରିକେଟର ଓଭରଡୋଜକୁ ମନଭରି ଉପଭୋଗ କରିବେ ପ୍ରଶଂସକ । ସେପ୍ଟମ୍ବର ୧୭ରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ସୂର୍ଯ୍ୟକାନ୍ତ ପ୍ରଧାନ ନେତୃତ୍ୱରେ ଭୁବନେଶ୍ୱର ଟାଇଗର୍ସ ସ୍ୱସ୍ତିକ ସାମଲ ନେତୃତ୍ୱାଧୀନ କଟକ ପାନ୍ଥର୍ସକୁ ଭେଟିବ । କଟକର ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ୬ଟି ଟିମ ମଧ୍ୟରେ ଓଭରାଲ ୧୮ଟି ମ୍ୟାଚ ଖେଳାଯିବ । ସେପ୍ଟମ୍ବର ୨୬ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଓଡିଶାରେ ଏହି ଲିଗ କ୍ରିକେଟକୁ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ଓସିଏ ସେକ୍ରେଟାରୀ ସଞ୍ଜୟ ବେହେରା କହିଛନ୍ତି । ବିଶେଷ କରି ଯୁବ ଖେଳାଳିଙ୍କ ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ହେବ ବୋଲି ସେ କହିଛନ୍ତି ।
ଘରୋଇ କ୍ରିକେଟରେ ଏହି ଲିଗ ଆଗାମୀ ଦିନରେ ଏକ ଲ୍ୟାଣ୍ଡମାର୍କ ସ୍ଥାପନ ହେବ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି । ଓସିଏ ଆରିଭା ସ୍ପୋର୍ଟ୍ସ ସହ ମିଶି ଏହି ଲିଗର ଆୟୋଜନ କରୁଛି । ଆରିଭା ସ୍ପୋର୍ଟ୍ସ ଏହା ପୂର୍ବରୁ ବେଙ୍ଗଲ, ବିଦର୍ଭ ଓ ସୌରାଷ୍ଟ୍ରରେ ସଫଳତାର ସହ ଲିଗ ଆୟୋଜନ କରିଛି ।
ଟିମଗୁଡିକର ନାମ: ଏହି ଲିଗରେ ଅଂଶଗ୍ରହଣ କରୁଥିବା ୬ଟି ଟିମର ନାମ ହେଲା, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ, ପୁରୀ ଟାଇଟାନ୍ସ, ରାଉରକେଲା ଷ୍ଟିଲର୍ସ ଓ ସମ୍ବଲପୁର ୱାରିୟର୍ସ ।
କାର୍ଯ୍ୟସୂଚୀ
ସେପ୍ଟମ୍ବର ୧୭: ଭୁବନେଶ୍ୱର ଟାଇଗର୍ସ ବନାମ କଟକ ପାନ୍ଥର୍ସ ।
ସେପ୍ଟମ୍ବର ୧୮: କେନ୍ଦୁଝର ମାଇନର୍ସ ବନାମ ପୁରୀ ଟାଇଟାନ୍ସ ।
ରାଉରକେଲା ଷ୍ଟିଲର୍ସ ବନାମ ସମ୍ବଲପୁର ୱାରିୟର୍ସ ।
ସେପ୍ଟମ୍ବର ୧୯: କଟକ ପାନ୍ଥର୍ସ ବନାମ ପୁରୀ ଟାଇଟାନ୍ସ ।
ଭୁବନେଶ୍ୱର ଟାଇଗର୍ସ ବନାମ କେନ୍ଦୁଝର ମାଇନର୍ସ ।
ସେପ୍ଟମ୍ବର ୨୦: ରାଉରକେଲା ଷ୍ଟିଲର୍ସ ବନାମ କଟକ ପାନ୍ଥର୍ସ ।
ପୁରୀ ଟାଇଟାନ୍ସ ବନାମ ସମ୍ବଲପୁର ୱାରିୟର୍ସ ।
ସେପ୍ଟମ୍ବର ୨୧: ସମ୍ବଲପୁର ୱାରିୟର୍ସ ବନାମ ଭୁବନେଶ୍ୱର ଟାଇଗର୍ସ ।
କେନ୍ଦୁଝର ମାଇନର୍ସ ବନାମ ରାଉରକେଲା ଷ୍ଟିଲର୍ସ ।
ସେପ୍ଟମ୍ବର ୨୨: ପୁରୀ ଟାଇଟାନ୍ସ ବନାମ ରାଉରକେଲା ଷ୍ଟିଲର୍ସ ।
ସମ୍ବଲପୁର ୱାରିୟର୍ସ ବନାମ କଟକ ପାନ୍ଥର୍ସ ।
ସେପ୍ଟମ୍ବର ୨୩: କଟକ ପାନ୍ଥର୍ସ ବନାମ କେନ୍ଦୁଝର ମାଇନର୍ସ ।
ଭୁବନେଶ୍ୱର ଟାଇଗର୍ସ ବନାମ ପୁରୀ ଟାଇଟାନ୍ସ ।
ସେପ୍ଟମ୍ବର ୨୪: ରାଉରକେଲା ଷ୍ଟିଲର୍ସ ବନାମ ଭୁବନେଶ୍ୱର ଟାଇଗର୍ସ ।
କେନ୍ଦୁଝର ମାଇନର୍ସ ବନାମ ସମ୍ବଲପୁର ୱାରିୟର୍ସ ।
ସେପ୍ଟମ୍ବର ୨୫: ପ୍ରଥମ ସେମିଫାଇନାଲ,
ଦ୍ୱିତୀୟ ସେମିଫାଇନାଲ
ସେପ୍ଟମ୍ବର ୨୬: ଫାଇନାଲ
Comments are closed.