Latest Odisha News

BREAKING NEWS

ବାହାନଗା ଦୁର୍ଘଟଣା ପରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ନଜର ପକାନ୍ତୁ କେଉଁ ରେଳମନ୍ତ୍ରୀ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା ତିନିଗୋଟି ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆଉ ଦୁର୍ଘଟଣା ପରେ ଚିରାଚରିତ ଢଙ୍ଗରେ ଆରମ୍ଭ ହୋଇଛି ଘୃଣ୍ୟ ରାଜନୀତି ।

ପଶ୍ଚିମବଙ୍ଗର ଟିଏମସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି । ଟିଏମସି ନେତା ଅଭିଷେକ ବାନାର୍ଜୀ ଫେସବୁକ୍ ପୋଷ୍ଟ କରି କହିଛନ୍ତି, ଗୁଇନ୍ଦ କାମ ପାଇଁ ସରକାର ସଫ୍ଟୱେର କିଣିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରେଳ ଦୁର୍ଘଟଣା ରୋକିବା ଲାଗି ଆଣ୍ଟି କୋଲିଜନ୍ ଡିଭାଇସ୍ ଲଗାଉ ନାହାନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ମୋଦି ବୁଷ୍ଟ କରୁଛନ୍ତି । ନୂଆ ରେଳ ଲାଇନରେ ସୁରକ୍ଷାକୁ ଧ୍ୟାନ ନ ଦେଇ ଲୋକଙ୍କୁ ବିଭ୍ରାନ୍ତ କରି ରାଜନୀତି କରୁଛନ୍ତି । କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା କରାଯାଉଛି । ଅନ୍ୟପଟେ ଦୁର୍ଘଟଣା ପରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର୍ ଧରିଛି । ଆସନ୍ତୁ ନଜର ପକାଇବା ଦେଶରେ ଟ୍ରେନ୍ ଦୁର୍ଘଟଣା ଯୋଗୁ କେଉଁ ରେଳମନ୍ତ୍ରୀ ପଦ ଛାଡ଼ି ଥିଲେ ।

ଲାଲ୍ ବାହୁଦୂର ଶାସ୍ତ୍ରୀ- ୧୯୫୬ ନଭେମ୍ବର ମାସରେ ତାମିଲନାଡ଼ୁରେ ଅରିୟାରୁଲ୍ ଏକ୍ସପ୍ରେସ୍ ଦୁର୍ଘଟଣାରେ ୧୪୨ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

ନୀତିଶ କୁମାର- ୧୯୯୯ ଅଗଷ୍ଟ ମାସରେ ଏବେର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ଆସାମ ଗାଇସାଳ ଦୁର୍ଘଟଣାରେ ୨୯୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ମମତା ବାନାର୍ଜୀ- ଏବେକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୦୦ ମସିହାରେ ରେଳମନ୍ତ୍ରୀ ଥିବା ବେଳେ ୨ଟି ଟ୍ରେନ୍ ଦୁର୍ଘଟଣାକୁ ନେଇ ଇସ୍ତଫା ଦେଇଥିଲେ । ତେବେ ମମତାଙ୍କ ଇସ୍ତଫାକୁ ସେତେବେଳେ ଅଗ୍ରାହ୍ୟ କରି ଦେଇଥିଲେ ଅଟଳ ବିହାରୀ ବାଜପେୟୀ ।

Leave A Reply

Your email address will not be published.