Latest Odisha News

BREAKING NEWS

ଶିକ୍ଷକ ହେବା ଆଶା ମଉଳିଗଲା, ଶବ ହୋଇ ଫେରିଲେ

ଭୁବନେଶ୍ୱର: ଆଖିରେ ଥିଲା ଅସରନ୍ତି ସ୍ୱପ୍ନ । ମନରେ ମେଞ୍ଚା ମେଞ୍ଚା ଭାବନା । ସିଟି ପରୀକ୍ଷା ଦେଇ ଶିକ୍ଷକ ହେବା ନିଶାରେ ଅନେକ ଯୋଜନା କରିଥିଲେ । କିନ୍ତୁ ବୋଧହୁଏ ନିୟତିର କିଛି ଅନ୍ୟ ଉଦ୍ଦେଶ୍ୟ ଥିଲା । ଆଖି ପିଛୁଳାକେ ସେମାନଙ୍କର ସବୁ ସ୍ୱପ୍ନ ଓ ସବୁ ଭାବନା ଧୂଳିସାତ ହୋଇଗଲା । ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ହଜିଯାଇଥିବା ଅନେକ କରୁଣ କାହାଣୀ ଭିତରୁ ଏମିତି ଏକ କାହାଣୀ ହେଉଛି ଅନୁରାମ ଓ ଦିବ୍ୟନ୍ଦୁଙ୍କର ।

ରାସଗୋବିନ୍ଦପୁର ବ୍ଲକ ମଙ୍ଗଳପୁର ଗ୍ରାମର ଦୁଇ ଭାଇ ଅନୁରାଗ ଦାସ ଓ ଦିବ୍ୟନ୍ଦୁ ଦାସ । ସିଟି ପରୀକ୍ଷା ଦେବାକୁ ଖୋର୍ଦ୍ଧା ଯାଇଥିଲେ । ପରୀକ୍ଷା ସାରି ହାୱଡ଼ା-ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌ରେ ଘରକୁ ଫେରୁଥିଲେ । କିନ୍ତୁ ଫେରିବା ବାଟରେ ଚାହିଁ ବସିଥିଲା ମୃତ୍ୟୁ । ଉକ୍ତ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ । ଦୁଇ ଭାଇଙ୍କ ମଧ୍ୟରୁ ଅନୁରାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦିବ୍ୟନ୍ଦୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.