Latest Odisha News

BREAKING NEWS

ଦୈନିକ ୭୦ ହଜାର କୋଭିଡ୍ ଟେଷ୍ଟ ଦିଗରେ ବଢୁଛି ଓଡ଼ିଶା, ବଢୁଛି ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ । ଦୈନିକ ୭୦ ହଜାର ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଗତ କିଛି ଦିନ ହେବ ୬୦ହଜାରରୁ ଅଧିକ ଟେଷ୍ଟ ହେଉଥିଲା । ଗତ ୨୪ ଘଣ୍ଟାରେ ୬୭ହଜାର ୧୫୬ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୮୫୨ ନୂଆ ଆକ୍ରାନ୍ତ । ଗତକାଲି ୬୦ହଜାର ୭୫୯ କୋଭିଡ୍ ଟେଷ୍ଟ ହୋଇଥିଲା । ଚିହ୍ନଟ ହୋଇଥିଲେ ୧୧ହଜାର ୧୦୮ ପଜିଟିଭ୍ ।

୫ ଜିଲ୍ଲାରେ ଅଧିକ ସଂକ୍ରମିତ
ଅର୍ଥାତ୍ ଗତକାଲି ଅପେକ୍ଷା ରାଜ୍ୟରେ ଆଜି ୬ହଜାର ୩୯୭ ଅଧିକ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ଅଧିକ ୧୭ଶହ ୪୪ ପଜିଟିଭ୍ । ଗତ ୨୪ ଘଣ୍ଟାରେ ଅଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ଅଛନ୍ତି ଖୋର୍ଦ୍ଧା, କଟକ, ଅନୁଗୋଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲା । ଖୋର୍ଦ୍ଧାରୁ ଆଜି ୧୯୦୯, କଟକରୁ ୧୦୭୩, ଅନୁଗୋଳରୁ ୮୭୪, ସୁନ୍ଦରଗଡ଼ରୁ ୮୪୮ ଓ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୬୮ ନୂଆ ଆକ୍ରାନ୍ତ । ଏହି ୫ଟି ଜିଲ୍ଲାରୁ କେବଳ ୫ହଜାର ୩୭୨ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ ମୋଟ୍ ଆକ୍ରାନ୍ତଙ୍କ କେବଳ ୪୧ ପ୍ରତିଶତ ୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ଅଧିକ ଟେଷ୍ଟ, ଅଧିକ ପଜିଟିଭ୍
ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏବେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୧-୧୨ ହଜାର ଭିତରେ ରହୁଛି । ୨୦ ପ୍ରତିଶତ ତଳକୁ ଖସିଛି ପଜିଟିଭ୍ ହାର । ଆଜି ପଜିଟିଭିଟି ରେଟ୍ ୧୯.୧୩ ପ୍ରତିଶତ ଥିବା ବେଳେ ଗତକାଲି ଥିଲା ୧୮.୨୮ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧କୋଟି ୧୩ଲକ୍ଷ ୮ହଜାର ୫୬୪ କୋଭିଡ୍ ଟେଷ୍ଟ କରାଗଲାଣି ।

Leave A Reply

Your email address will not be published.