ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁ ଓ ସଫଳତାର ସହ ଚାଲିଛି ଟିକାକରଣ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଭୁବନେଶ୍ୱରକୁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଛି । ଏହାକୁ କେବଳ ଭୁବନେଶ୍ୱରର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ରାଜ୍ୟର ଅନ୍ୟ ସ୍ଥାନରେ ପୂର୍ବରୁ ଆସିଥିବା କୋଭିସିଲଡ ଟିକା ଦିଆଯିବ ।
ଟିକା ନେବାର ୨୮ ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ । ନଚେତ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ । ଟିକାକରଣରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ପ୍ରଦର୍ଶ ଭଲ ରହିଛି । ତୃତୀୟ ସ୍ଥାନରେ ରହିଛି ଓଡିଶା ।
ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୦ହଜାର ୭ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ଗତକାଲି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଟିକାକରଣ ହୋଇଥିଲା । ଆଗକୁ ଆହୁରି ଭଲରେ ଟିକାରକରଣ କରାଯିବ । ସମସ୍ତଙ୍କୁ ଟିକାକରଣ କରିବାକୁ ଚେଷ୍ଟା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
BREAKING NEWS
- ସଞ୍ଜୁ ସାମସନ ହୋଇପାରନ୍ତି ଟିମ ଇଣ୍ଡିଆର ପରବର୍ତୀ ଟି୨୦ ଅଧିନାୟକ
- New Amrit Bharat Train In Odisha: ଓଡିଶା ପାଇଁ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
- Naveen Patnaik on Middle East Situations: ‘ଓଡ଼ିଆଙ୍କୁ ଫେରେଇ ଆଣନ୍ତୁ…’, ମଧ୍ୟପ୍ରାଚ୍ୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କଲେ ନବୀନ, ସରକାରଙ୍କୁ କଲେ ଅନୁରୋଧ
- +୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ
- ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ
- Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା ବର୍ଷା…
- Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦେବେ ନୋଟିସ!
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
Comments are closed.