Latest Odisha News

BREAKING NEWS

କିଡନୀ ଠକ ହିମାଂଶୁକୁ ତିନି ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ

ଭୁବନେଶ୍ୱର: ରିମାଣ୍ଡ ପରେ ରିମାଣ୍ଡ । ଜଣଙ୍କର ସରିଲେ ଆଉ ଜଣେ ନେଉଛି । ଭୁବନେଶ୍ୱରରୁ ଗିରଫ କିଡନୀ ଠକ ହିମାଂଶୁ ନନ୍ଦକୁ ଆଜିଠୁ ତିନି ଦିନିଆରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ ତାକୁ ଜେରା କରାଯିବ । ସତ ଉଗାରିବ କିଙ୍ଗପିନ୍ ହିମାଂଶୁ ନନ୍ଦ । ଏଥିପାଇଁ ତାକୁ ଝାରପଡ଼ା ଜେଲରୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ମହିଳାଙ୍କୁ କିଡନୀ ଦେବାକୁ କହି ହିମାଂଶୁ ତାଙ୍କ ପାଖରୁ ୧ଲକ୍ଷ ୧୩ ହଜାର ଟଙ୍କା ଚୂନା ଲଗାଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ହିମାଂଶୁ ସହ ରାକେଟରେ ଆଉ କେଉଁମାନେ ଥିଲେ ? କେହି ସହଯୋଗ କରୁଥିଲେ କି ? କେଉଁଯାଏ ଲମ୍ୱିଛି କିଡନୀ ରାକେଟର ଚେର ? ରିମାଣ୍ଡରେ ଜେରା ବେଳେ ହିମାଂଶୁ ପାଖରୁ ଏମିତି ଅନେକ ପ୍ରଶ୍ନ ଉତ୍ତର ଜାଣିବ ପୋଲିସ । ପୂର୍ବରୁ ନୟାପଲ୍ଲୀ ଥାନା ପୁଲିସ ମଧ୍ୟ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।

Leave A Reply

Your email address will not be published.