Latest Odisha News

BREAKING NEWS

ସ୍ମୃତିରେ ତୁମେ ଖୋକା ଭାଇ…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ ।

ଯେକୋଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି ।

ସେ ଗାଇଥିବା ଶହ ଶହ ମନଛୁଆଁ ଗୀତ ମଧ୍ୟରୁ ଅନେକ ଗୀତ ଗୁଡ଼ିକ ଆଜି ମଧ୍ୟ ଆଦୃତି ଲାଭ କରିପାରିଛି । ତାଙ୍କର କେତେଗୁଡ଼ିଏ ଗୀତ ମଧ୍ୟରୁ ସଫଳତାର ବେଶ୍ ଶୀର୍ଷରେ ରହିଛି। ଜାଣନ୍ତୁ…

– ପୂଣ୍ୟର ନଦୀ ତୀରେ ପାପର ତରୁ ଡ଼ାଳେ, ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ, ଯା ଯାରେ ଭାସି ଭାସି ଯାଆ ନଉକା ମୋର ଭାସି ଯାଆ, ଏଇ ଚୁମକି, ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ, ରଜା ଝିଅ ସାଙ୍ଗେ, କଳଙ୍କିତ ଏଇ ନାୟକ, ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପାରା, ଠିକ୍ ତୋରି ପରି ଝିଅଟିଏ ଦେଇଥିଲା ମୋତେ ବହିଟିଏ, ଏ ଏ ଆଲୋ ଆଲୋ ମଣି, କାଳି ଗୋରୀ ଦୁହେଁ ଗାଧେଇ,

ସାବି ସାବି ତୁ ତ ମୋର ନାଲି ପାନ ବିବି, ଆଲୋ ରତନୀ ଗଜ ଗମନୀ, ହେ ଫଗୁଣ ତୁମେ ଗଲା ପରେ ପରେ, ବେବି ଏକ୍କା ଗେଲହା ଝିଅ, ନଦୀର ନାମ ଅଳସ କନ୍ୟା, ରକତ ଟଳମଳ, ହସ ତୋ ଲକ୍ଷେ ଟଙ୍କା, ମାଠିଆରେ ଗୋଟେ କଣା, ରେଳଗାଡ଼ି ଯାଉଛି ଗଡ଼ି ଗଡ଼ି, ଅବୁଝା ପ୍ରିୟତମା, ସକାଳର ଗାଡ଼ି ଏବଂ ନଣ୍ଡା ମୁଣ୍ଡିଆ ଡ଼ାଇଭର ପରି ଅନେକ ମନଛୁଆଁ ଗୀତକୁ ଆଜି ମଧ୍ୟ ଶ୍ରୋତାମାନେ ଗୁଣୁଗୁଣୁ ହୋଇଥାଆନ୍ତି ।

ଅକ୍ଷୟ ମହାନ୍ତି ୧୭ ନଭେମ୍ବର ୨୦୦୨ ମସିହାରେ ପ୍ରାଣତ୍ୟାଗ କରିଥିଲେ । ଖୋକାଭାଇ ରୂପେ ସଙ୍ଗୀତ ଦୁନିଆରେ ପରିଚିତ ଥିବା ଅକ୍ଷୟଙ୍କର ପିତା ଥିଲେ ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି ।

Comments are closed.