Latest Odisha News

BREAKING NEWS

ମଧୁବାବୁଙ୍କୁ ମିଳୁ ମରଣୋତ୍ତର ଭାରତ ରତ୍ନ, ଜୋର୍ ଧରିଲା ଦାବି

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକର ସତ୍ୟଭାମାପୁର । ଏଇଠି ଜନ୍ମ ହୋଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜାତିର ଅସ୍ମିତାକୁ ଅକ୍ଷୂର୍ଣ୍ଣ ରଖିବାକୁ ବ୍ରିଟିଶ ସରକାର ସହ ଲଢ଼ି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ । ମଧୁବାବୁ ଚାହୁଁଥିଲେ ଝିଅମାନେ କେବେ ଅବହେଳିକ ହେବେ ନାହିଁ ।

ଯେଉଁଥି ପାଇଁ ତାଙ୍କ ଜନ୍ମପୀଠରେ କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକ ଟ୍ରଷ୍ଟ କରାଯାଇଥିବା ବେଳେ ସେଠାରେ ଅନାଥ ଶିଶୁ କନ୍ୟାମାନଙ୍କୁ ପାଠ ପଢ଼ାଯିବା ସହ ଦିଆଯାଉଛି ଧନ୍ଦାମୂଳକ ଶିକ୍ଷା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ହେଉ ଏବେ ଓଡ଼ିଶାକୁ ଏକ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଢ଼ି ତୋଳିବାରେ ମଧୁବାବୁଙ୍କ ଭୂମିକା ସ୍ମରଣଯୋଗ୍ୟ ।

ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଦାବି ହେଉଛି । ମଧୁବାବୁଙ୍କ ଜନ୍ମସ୍ଥଳୀର ଉନ୍ନତିକରଣ ସହ ଐତିହ୍ୟକୁ ସାଇତି ରଖିବାକୁ ସରକାର ପଦକ୍ଷେପ ନେଇଥିବା ବେଳେ ଏବେ ବି ଓଡ଼ିଆଙ୍କ ମନ ଓ ପ୍ରାଣରେ ବାନ୍ଧି ହୋଇ ରହିଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ ।

Leave A Reply

Your email address will not be published.