Latest Odisha News

BREAKING NEWS

ଓଡ଼ିଶାର ୧୦ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢ଼ାଉ

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଶୁକ୍ରବାର ଓଡ଼ିଶାର ପ୍ରାୟ ୧୦ଟି ସ୍ଥାନରେ ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଜିଏସଟିର ୧୦ଟି ଟିମ୍ ଜଣେ ଖଣି ମାଲିକଙ୍କ ଷ୍ଟୋନ କ୍ରସର ୟୁନିଟକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ ଓ ଯାଜପୁରରେ ଚଢ଼ାଉ କରିଛି ।

ଅଭିଯୋଗ ଅନୁସାରେ, ଖଣି ମାଲିକ ଜଣଙ୍କ କୋଟି କୋଟି ଟଙ୍କାର ଠିକସ ଠକେଇ କରିଛନ୍ତି । କ୍ରସର ୟୁନିଟ୍ ସହ ଖଣି ମାଲିକଙ୍କ ଘରେ ଏବଂ ଅଫିସରେ ମଧ୍ୟ ଜିଏସଟି ଅଧିକାରୀ ଛାନଭିନ୍ କରୁଥିବା ଜଣାପଡ଼ିଛି ।

ବାଲାନ୍ସ ସିଟ୍, ବିଲ୍ସ, ରିସିପ୍ଟ ଏବଂ ବ୍ୟବସାୟ ସହ ଜଡ଼ିତ ଅନ୍ୟ କାଗଜପତ୍ର ଯାଞ୍ଚ କରୁଛନ୍ତି ଜିଏସଟି ଅଧିକାରୀ । ଏହା ପୂର୍ବରୁ ଏପ୍ରିଲ୍ ୩ ତାରିଖରେ ନୟାଗଡ଼ର ଜଣେ ବିଜେଡି ନେତାଙ୍କ ଲିଙ୍କରେ ଜିଏସଟି ଏକାଧିକ ସ୍ଥାନରେ ରେଡ୍ କରିଥିଲା । ମାର୍ଚ୍ଚ ୨୯ରେ ଜିଏସଟି ଭୁବନେଶ୍ୱରର ଏକ ବଡ଼ ଘରୋଇ କୋଚିଂ ସେଣ୍ଟରରେ ଚଢ଼ାଉ କରିଥିଲା ।

Leave A Reply

Your email address will not be published.