Latest Odisha News

BREAKING NEWS

ଆଜି ଓଡ଼ିଶାରେ କମିଛି କରୋନା ସଂକ୍ରମଣ: ୧୦,୬୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ୧୧ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୩୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୬୨୩ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୪୩, କଟକରୁ ୮୮୭ ପଜିଟିଭ୍ ବାହାରିଛନ୍ତି ।

ସମ୍ବଲପୁରରୁ ୬୪୧, ଅନୁଗୋଳରୁ ୫୫୯, କଳାହାଣ୍ଡି ୪୬୯, ଝାରସୁଗୁଡ଼ା ୪୫୬, ବରଗଡ଼ ୪୪୩ ଓ ପୁରୀରୁ ୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଶହେରୁ କମ୍ ନୂଆ ପଜିଟିଭ୍ ବାହାରିଛନ୍ତି । ଆଜି ରାଜ୍ୟରେ ପଜିଟିଭ୍ ହାର ୨ ପ୍ରତିଶତ ଖସିଛି । ଗତକାଲି ପଜିଟିଭ ହାର ଥିଲା ୨୩.୨୧% । ଆଜି ୨୧.୮୧% ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ଲକ୍ଷ ୩୪ହଜାର ୮୪୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୪ଲକ୍ଷ ୩୯ହଜାର ୩୨୨ ଆକ୍ରାନ୍ତ । ଏବେ ରାଜ୍ୟରେ ୯୨ହଜାର ୨୮୭ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮ହଜାର ୭୫୭ଟି କୋଭିଡ୍ ଟେଷ୍ଟ ହୋଇଛି ।

Leave A Reply

Your email address will not be published.