Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା । ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୪ ।

୨୭ ଜିଲ୍ଲାରୁ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୯ ସଂକ୍ରମିତ ହୋଇଥିବା ବେଳେ ପଜିଟିଭ୍ ତାଲିକାରେ ଆଉ ୪୫ ନୂଆ ଆକ୍ରାନ୍ତଙ୍କ ନାଁ ଯୋଡ଼ିଛି ସୁନ୍ଦରଗଡ଼ ଜିଲ୍ଲା । କଟକରୁ ୨୫ ଓ ବଲାଙ୍ଗିରରୁ ଚିହ୍ନଟ ହୋଇଛନ୍ତି ୨୩ ସଂକ୍ରମିତ । ବାକି ସବୁ ଜିଲ୍ଲାରୁ ୩୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୧ହଜାର ୧୯୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୩ଲକ୍ଷ ୧୫ହଜାର ୨୭୦ ସଂକ୍ରମିତ । ରାଜ୍ୟରେ ୪ହଜାର ୧୦୨ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.