Latest Odisha News

BREAKING NEWS

ବାବାସାହେବ ଆମ୍ବେଦକରଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପିଏମ୍‌ ମୋଦୀ; କହିଲେ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବାକୁ ସେ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଆଜି ଭାରତର ସମ୍ବିଧାନର ସ୍ଥପତି ଡକ୍ଟର ଭୀମ୍‌ରାଓ ରାମଜୀ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ। ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କର ୬ ଡିସେମ୍ବର ୧୯୫୬ ରେ ମୃତ୍ୟୁ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଜରିଆରେ ୬୫ ତମ ମହାପରିନିର୍ବାଣ ଦିବସ ଅବସରରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କୁ ସ୍ମରଣ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ। ଏଥି ସହିତ ସେ କହିଛନ୍ତି ଯେ ବାବାସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବାକୁ ସେ ପ୍ରତିଶ୍ରୁତିବଦ୍ଧ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅମିତ ଶାହା ଆମ୍ବେଦକରଙ୍କୁ ପ୍ରଣାମ ଜଣାଇ କହିଛନ୍ତି ଯେ ବାବା ସାହେବଙ୍କ ପଦାଙ୍କ ଅନୁସରଣ କରି ମୋଦୀ ସରକାର ଦଶନ୍ଧି ଧରି ବଞ୍ଚିତ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.