Latest Odisha News

ଓଡ଼ିଶାରୁ ଦିନକରେ ୭୯୧ କରୋନା ପଜିଟିଭ୍, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାରିଲା ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ୮୦୦ ହେଲାଣି ଦୈନିକ ସଂକ୍ରମଣ । ହୁ ହୁ ହୋଇ ବଢ଼ି ଚାଲିଛି । ବିଭିନ୍ନ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଟପିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୯୧ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୫୯ ଓ ଲୋକାଲେ କଣ୍ଟାକ୍ଟ କେସ୍ ରହିଛି ୩୩୨ଟି । ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି ।

ଛତିଶଗଡ଼ରେ ସଂଖ୍ୟା ବଢୁଛି । ସୀମାନ୍ତ ସୁନ୍ଦରଗଡ଼ରେ ବ୍ୟାପୁଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ଆଉ ୧୧୮ ଜଣ । ବାଲେଶ୍ୱର ୪୮, କଟକ ୪୬, ସମ୍ୱଲପୁର ୪୫, ପୁରୀ ୪୩, କେନ୍ଦୁଝର ୩୯, କଳାହାଣ୍ଡି ୩୮, ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି ୩୧ ନୂଆ ଆକ୍ରନ୍ତ । ବାକି ଜିଲ୍ଲାରେ ଚିହ୍ନଟ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୪ହଜାର ୬୪୭କୁ ବୃଦ୍ଧି ପାଇଛି । । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୪୧୬ ଆକ୍ରାନ୍ତ । ରାଜ୍ୟରେ ୪ହଜାର ୨୫୫ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଆଜି ରାଜ୍ୟରେ ମହାମାରୀରେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୯ଶହ ୨୩କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.