Latest Odisha News

BREAKING NEWS

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି ମାରିଲା ଦନ୍ତା । ମୃତକ ହେଲେ ଗାଁର ଭଜମନ ସେଠୀଙ୍କ ପତ୍ନୀ ସୁଆଦି ସେଠୀ ।

ସେଠାରୁ ଆସିବା ପରେ ରାସ୍ତାରେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ମୃତକ ହେଲେ କାଠିଆ ପାଣିଗ୍ରାହୀ । ସେ ସାଇକେଲରେ ଆସୁଥବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଖବରପାଇ ଘଟଣାସ୍ଥଳରେ ଛେଣ୍ଡିପଦା ରେଞ୍ଜର ଓ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ହାତୀଟି ବର୍ତ୍ତମାନ ଖମଣ ଜଙ୍ଗଲରେ ରହିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ତୁରନ୍ତ ହାତୀକୁ ଘଉଡାଇବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.