Latest Odisha News

BREAKING NEWS

କମିଲା ଦୈନିକ ସଂକ୍ରମଣ: ଆଜି ଓଡ଼ିଶାରୁ ୧୦,୩୬୮ କରୋନା ପଜିଟିଭ୍

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ ହଜା ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୬୮ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୦୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୫୩ । ୧୮ ବର୍ଷ ଭିତରେ ଆଉ ୧୦୯୦ ଜଣ ସଂକ୍ରମିତ ହୋଇଛନ୍ତି । ୨୪ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଆକ୍ରାନ୍ତ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୧୫୦୫, କଟକରୁ ୯୪୦, ବାଲେଶ୍ୱରରୁ ୩୦୪, ଯାଜପୁରରୁ ୨୯୦, ବଲାଙ୍ଗିରରୁ ୨୫୩, ସମ୍ୱଲପୁରରୁ ୨୪୭ ପଜିଟିଭ୍ ବାହାରିଛନ୍ତି । ସେହିପରି କୋରାପୁଟରୁ ୨୦୨ ଓ ରାୟଗଡ଼ାରୁ ଆଉ ୨୦୮ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ଦୈନିକ ସଂକ୍ରମଣ ଦୁଇ ଶହ ଭିତରେ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ୭୪ହଜାର ୨୩୪ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧୩.୯୬ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୧ଲକ୍ଷ ୭୭ହଜାର ୪୬୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୮୮ହଜାର ୩୪୬କୁ ବଢ଼ିଛି ।

Comments are closed, but trackbacks and pingbacks are open.