Latest Odisha News

BREAKING NEWS

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୮୦ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ଭୁବନେଶ୍ୱରରୁ ୨, ବଲାଙ୍ଗିରରୁ ୧, ଗଞ୍ଜାମରୁ ୪, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୧, କେନ୍ଦୁଝରରୁ ୧, ପୁରୀରୁ ୧ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
ଭୁବନେଶ୍ୱରରୁ ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଏବଂ ଆଉ ଜଣେ ୭୦ ବର୍ଷ ବୟସ୍କ ମହିଳା ରହିଛନ୍ତି ।
ବଲାଙ୍ଗିରରୁ ଜଣେ ୬୫ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
ଗଞ୍ଜାମରୁ ଜଣେ ୬୨, ୬୦, ୫୫ ବର୍ଷ ଏବଂ ୬୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
କନ୍ଧମାଳରୁ ଜଣେ ୫୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
ଖୋର୍ଦ୍ଧାରୁ ଜଣେ ୭୫ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।
କେନ୍ଦୁଝରରୁ ଜଣେ ୪୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
ପୁରୀରୁ ଜଣେ ୪୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.