Latest Odisha News

ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ଅଫିସ ଭାଙ୍ଗିଲା ବିଏମସି

ମୁମ୍ବାଇ: ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ଅଫିସକୁ ଭାଙ୍ଗିବା ଆରମ୍ଭ କରିଛି ମୁମ୍ବାଇ ପୋଲିସ । ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନା ରାଣାଓ୍ୱତଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ ଅଫିସଟି ବେଆଇନ୍ ଭାବେ କରାଯାଇଥିବା ଦର୍ଶାଇ ଏହାର କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଛନ୍ତି ବିଏମସି କର୍ମଚାରୀମାନେ।

‘ବିଏମ୍‌ସି’ର ଜଣେ ବରିଷ୍ଠ ଅଧିକାରୀ କହିବା ଅନୁନାୟୀ, କଙ୍ଗନାଙ୍କୁ ନୋଟିସ୍‌ର ଜବାବ ଦେବାକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ସେ ଉତ୍ତର କୌଣସି ଦେଲେନାହିଁ। କଙ୍ଗନାଙ୍କ କାର୍ଯ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ବେଆଇନ୍ ଏବଂ ଅନଧିକୃତ ନିର୍ମାଣ ହୋଇଥିବା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।

ଶିବସେନା ନେତାଙ୍କ ଧମକ ସତ୍ତ୍ୱେ ଅଭିନେତ୍ରୀ କଙ୍ଗନା ରାନାୱତ ଆଜି Y + ସୁରକ୍ଷା ସହିତ ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି। ସେ ବର୍ତମାନ ମୋହାଲି ବିମାନବନ୍ଦରରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଡ୍ରଗ୍ସ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ମୁମ୍ବାଇରେ ପହଞ୍ଚିବା ମାତ୍ରେ ବିଏମସି ତାଙ୍କୁ ସଙ୍ଗରୋଧରେ ରଖିପାରେ। ଏହି ସମୟରେ ବିଏମସିର ଏକ ଟିମ୍ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁମ୍ବାଇ ପୋଲିସ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଜଗି ରହିଛି। ଏଠାରେ ବମ ଡିସପୋଜାଲ ସ୍କ୍ୱାର୍ଡ ମଧ୍ୟ ଏହି ଅଞ୍ଚଳର ଯାଞ୍ଚ କରିଛନ୍ତି। କଙ୍ଗନାଙ୍କ ଘରେ CRP F ର ଏକ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅନ୍ୟପଟେ ନିଜ କାର୍ଯ୍ୟାଳୟକୁ ରାମମନ୍ଦିର ସହ ତୁଳନା କରିବା ସହ ବାବର୍ ତାହାକୁ ଭାଙ୍ଗୁଛନ୍ତି ବୋଲି କହିଛନ୍ତି କଙ୍ଗନା। ଟୁଇଟ୍ କରି କଙ୍ଗନା ଲେଖିଛନ୍ତି “ଏହା ମୋ ପାଇଁ ଅଟ୍ଟାଳିକା ନୁହେଁ, ରାମ ମନ୍ଦିର ଅଟେ। ଆଜି ଇତିହାସ ନିଜର ପୁନରାବୃତ୍ତି କରିବ। ବାବର ଆସିଛନ୍ତି ଏହାକୁ ଭାଙ୍ଗିବାକୁ ରାମ ମନ୍ଦିର ପୁଣି ଭାଙ୍ଗିବ। କିନ୍ତୁ, ମନେରଖ ବାବର, ଏ ମନ୍ଦିର ପୁଣି ନିର୍ମାଣ ହେବ, ଜୟ ଶ୍ରୀରାମ।

Leave A Reply

Your email address will not be published.