Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୧୪ କରୋନା ପଜିଟିଭ୍, ୧୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଥିଲେ ବି ଗତକାଲି ଅପେକ୍ଷା ଆଜି ସଂଖ୍ୟା ସାମାନ୍ୟ ବଢ଼ିଛି । ଗତକାଲି ସାରା ରାଜ୍ୟରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୪ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୬୮ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି । ମୋଟ୍ ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୧ ପଜିଟିଭ୍ ବାହାରିଛନ୍ତି । ସେହିପରି ବରଗଡ଼ରୁ ଚିହ୍ନଟ ହୋଇଛନ୍ତି ଆଉ ୧୧ ଆକ୍ରାନ୍ତ । ବାକି ୧୭ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ।

୧୧ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, କେନ୍ଦୁଝର, ମାଲକାନଗିରି, ନୟାଗଡ଼ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୫ ହଜାର ୭୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୧ହଜାର ୯୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ୧୧ଶହ ୫୧ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.