Latest Odisha News

ରାଜ୍ୟର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୧୨ ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ୭ ଜିଲ୍ଲାରୁ ଚିକିତ୍ସୀଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତ୍ୟୁବରଣ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ମହାମାରୀରେ ପ୍ରାଣ ହରାଇଛନ୍ତି ଆଉ ୩ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ଦୁଇ ଜଣ । ଖୋର୍ଦ୍ଧା ଜିଲ୍ଲାରେ କରୋନା ଜମିତ ମୃତ୍ୟୁସଂଖ୍ୟା ୨୨୯କୁ ବୃଦ୍ଧି ପାଇଛି ।

କେନ୍ଦୁଝର ଜିଲ୍ଲାରୁ ଆଉ ଦୁଇ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସେହିପରି ନୂଆପଡ଼ା, ପୁରୀ, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୩ ଶହ ୨୦କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୪୫% ।

Leave A Reply

Your email address will not be published.