Latest Odisha News

BREAKING NEWS

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୪ ଶହ ୭୦ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା କାୟା ସାମାନ୍ୟ କମିଛି । ଏବେ ଦୈନିକ ଦୁଇ ହଜାରରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୫୩ ପଜିଟିଭ୍ ଥିବା ବେଳେ ୬୧୭ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ବାହାରିଛନ୍ତି ୧୨୬ ପଜିଟିଭ୍ । ସୁନ୍ଦରଗଡ଼ରେ ଆଉ ୧୧୨ ଜଣ ସଂକ୍ରମିତ ହୋଇଛନ୍ତି । ବାକି ସମସ୍ତ ଜିଲ୍ଲାରୁ ଶହେରୁ କମ୍ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ସର୍ବନିମ୍ନ ୮ଟି ନୂଆ କେସ୍ ସାମନାକୁ ଆସିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୭୩ ହଜାର ୮୩୮ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୧୪ ହଜାର ୯୦୫ ।

Leave A Reply

Your email address will not be published.