Latest Odisha News

BREAKING NEWS

ରାଜ୍ୟରେ ୧୨ ଶହ ନୂଆ କରୋନା ପଜିଟିଭ୍, ୧୪ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ଲଢ଼େଇ ଭିତରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ମହାମାରୀ କାୟା କମୁଛି । ଖସୁଛି ଆକ୍ଟିଭ୍ କେସ୍ । ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧ ହଜାର ୨୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୭୯ ଜଣ ଥିବା ବେଳେ ୫୦୪ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨ ଜଣ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରୁ ଶହେରୁ କମ୍ ପଜିଟିଭ୍ କେସ୍ ବାହାରିଛି । ଜଗତସିଂହପୁର ଓ ମୟୂରଭଞ୍ଜରୁ ୭୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୬୯, ସୁନ୍ଦରଗଡ଼ରୁ ୬୭ ଓ ଗଞ୍ଜାମରୁ ୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆପଡ଼ାରୁ ୫୭, ବରଗଡ଼ ୪୮ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୫୨ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ଲକ୍ଷ ୭୯ ହଜାର ୯୧ ସଂକ୍ରମିତ । ରାଜ୍ୟରେ ୧୩ ହଜାର ୯୧୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.