Latest Odisha News

BREAKING NEWS

ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା: ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ମାମଲା ରୁଜୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ମାମଲା ରୁଜୁ। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବନଜା ପଣ୍ଡା ଅଭିଯୋଗ ଆଣିଛନ୍ତି। ପତ୍ନୀଙ୍କ ଅଭିଯୋଗକୁ ଆଧାର କରି  ମାଲକାନଗିରି ଏସଡିଜେଏମ କୋର୍ଟରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲଙ୍କ ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ବନଜା ।

ସୂଚନାଯୋଗ୍ୟ, ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କର ମୃତ ଦେହ ସ୍ଥାନୀୟ ସତୀଗୁଡା ଡ୍ୟାମରୁ ଉଦ୍ଧାର ହୋଇଥିଲା। କିଛି ଦିନ ତଳେ ଦକ୍ଷିଣାଞ୍ଚଳ ଡିଆଇଜି ମାଲକାନଗିରି ଯାଇ ଏହି ଘଟଣାର ତଦନ୍ତ କରିଥିଲେ ।

ତେବେ ଏହି ଘଟଣାର ଶୁଣାଣି ଆସନ୍ତା ୧୧ ତାରିଖରେଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.