Latest Odisha News

BREAKING NEWS

ଓଡ଼ିଶାରେ ହଜାରେ ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୧୨୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ମାରୁଛି ଲମ୍ବା ଲମ୍ଫ । ଆଜି ହଜାରେ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୨ଶହ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ର୭୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୨୭ଟି । ୨୮ ଜିଲ୍ଲାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଡେଇଁଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ କେବଳ ୨୨୪ ଆକ୍ରାନ୍ତ ବାହାରିଛନ୍ତି । ଏହି ସମୟରେ ଖୋର୍ଦ୍ଧାରୁ ସଂକ୍ରମିତ ହୋଇଛନ୍ତି ଆଉ ୧୯୨ ଜଣ ।

କଳାହାଣ୍ଡିରେ ୧୦୮, ବରଗଡ଼ରୁ ୮୪, ନୂଆପଡ଼ା ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୮୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ସେହିପରି କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୋଳରୁ ୪୯, ବଲାଙ୍ଗିରୁ ୪୫, ଝାରସୁଗୁଡ଼ା ୩୬, ଗଞ୍ଜାମ ୩୨ ଜଣ ନୂଆ ଆକ୍ରାନ୍ତା ବାହାରିଛନ୍ତି । ବାକି ଜିଲ୍ଲାଗୁଡ଼ିରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ଭିତରେ ରହିଛି ।

ଗତ ୨୪ ଘଣ୍ଟାରେ କରୋନାରେ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧୯୨୪ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୮୯୦ । ଆକ୍ଟିଭ କେସ୍ ସଂଖ୍ୟା ୫ହଜାର ୯୪୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.