ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୩, କଟକରୁ ୧, ଗଜପତିରୁ ୨, ଖୋର୍ଦ୍ଧାରୁ ୧, ପୁରୀରୁ ୪ ଓ ସୁବର୍ଣ୍ଣପୁରରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
ବାଲେଶ୍ୱରରୁ ଜଣେ ୪୩ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ୱରରୁ ଜଣେ ୭୦, ୭୫ ବର୍ଷ ବୟସ୍କ ଏବଂ ଆଉ ଜଣେ ୬୮ ବର୍ଷ ବୟସ୍କ ରହିଛନ୍ତି ।
କଟକରୁ ଜଣେ ୮୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
ଗଜପତିରୁ ଜଣେ ୫୦ ଏବଂ ଅନ୍ୟଜଣେ ୫୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
ଖୋର୍ଦ୍ଧାରୁ ଜଣେ ୬୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
ପୁରୀରୁ ଜଣେ ୬୨, ୮୫, ୬୫ ଏବଂ ଆଉ ଜଣେ ୫୪ ବର୍ଷ ବୟସ୍କ ରହିଛନ୍ତି ।
ସୁବର୍ଣ୍ଣପୁରରୁ ଜଣେ ୭୨ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
Comments are closed.