Latest Odisha News

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ

କଟକ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଅଶୋକ ସାହୁ ଗୁରୁବାର ସକାଳେ କଟକସ୍ଥିତ ପିଠାପୁରରେ ଥିବା ବାସଭବନରେ ମୃତ୍ୟୁ ବରଣ କରିଛନ୍ତି।
BjdElectrycity
ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।
ଶ୍ରୀ ସାହୁଙ୍କ ଭାଇ ଅକ୍ଷୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଭାଇ ଗତ ସପ୍ତାହରେ ଅସୁସ୍ଥ ହୋଇପଡିଥିଲେ। ପାରାଲିଟିକ୍ ଆଟାକ୍ ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳ ୫ ଟାରେ ତାଙ୍କର ଦେହାନ୍ତ ହୋଇଛି।
ଆହୁରି ମଧ୍ୟ ଶ୍ରୀ ସାହୁ ଆସାମ-ମେଘାଳୟ କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ ଥିଲେ।  ସେ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଭାବରେ ଦାୟିତ୍ଵ ଗ୍ରହଣ  କରିଥିଲେ।
ପରବର୍ତ୍ତୀ ସମୟରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ଓଡିଶାକୁ ଫେରିବା ସହ ବିଜେପିରେ ଯୋଗ ଦେଇଥିଲେ।
ତେବେ ଶ୍ରୀ ସାହୁ ଯଥାକ୍ରମେ ୨୦୦୯ ଏବଂ ୨୦୧୪ ମସିହାରେ କାନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ନିର୍ବାଚନରେ ପରାଜିତ ହୋଇଥିଲେ।
Leave A Reply

Your email address will not be published.