Latest Odisha News

ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍, ଏସବୁ ଜିଲ୍ଲାରେ ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୩ଶହ ୭୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୩୧୭ ଜଣ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ବାହାରିଛନ୍ତି ୧୫୮ ପଜିଟିଭ୍ ।

ନୂଆପଡ଼ାରୁ ୯୦, ସମ୍ୱଲପୁର ୮୬, ନବରଙ୍ଗପୁର ୭୧, ବରଗଡ଼ ୬୮, କଟକ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୬ । ସେହିପରି ବଲାଙ୍ଗିରରୁ ୫୪, ମୟୂରଭଞ୍ଜ ୪୯, ପୁରୀ ୪୩ ଓ ଝାରସୁଗୁଡ଼ା ଜିଲ୍ଲାରେ ଆଉ ୪୨ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୯ହଜାର ୫୬୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୯ହଜାର ୬୦୩ ସଂକ୍ରମିତ । ଏବେ ରାଜ୍ୟରେ ୭ହଜାର ୯୭୯ଟି ଆକ୍ଟିଭ୍ କେସ୍ ରହିଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଗତ ୨୪ ଘଣ୍ଟାରେ କରୋନାରେ ରାଜ୍ୟରୁ କେହି ପ୍ରାଣ ହରାଇ ନାହାନ୍ତି । ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ରହିଛି ୧୯ ଶହ ୨୬ ।

Leave A Reply

Your email address will not be published.