Latest Odisha News

BREAKING NEWS

ଅପରେନସ୍ ହାଇଦର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ଖୋଜୁଛି ପୋଲିସର ୪ଟି ଟିମ୍

ଭୁବନେଶ୍ୱର: ପୋଲିସକୁ ଚକମା ଦେଇ କଟକ ଏସସିବିରୁ ଚମ୍ପଟ ମାରିଥିବା ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠୁ ଲୁଚିଛି ? ତାକୁ ଖୋଜୁଛି ପୋଲିସ । ଗତକାଲିଠାରୁ ଏଯାଏ କୌଣସି ପତ୍ତା ମିଳିନି । ହାଇଦରକୁ ଖୋଜିବା ପାଇଁ ୪ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି । ରେଲ୍‌ୱେ ଷ୍ଟେସନ, ବିମାନ ବନ୍ଦର, ବସ୍‌ଷ୍ଟାଣ୍ଡ ଉପରେ ନଜର ରଖାଯାଇଛି । ନିଜେ ପୋଲିସ କମିଶନର ଅପରେସନ୍ ହାଇଦରକୁ ତଦାରଖ କରୁଛନ୍ତି । ବଛା ବଛା ପୋଲିସ ଅଫିସର ଗ୍ୟାଙ୍ଗଷ୍ଟରକୁ ଖୋଜିବା କାମରେ ଲାଗିଛନ୍ତି ।

କଟକ ସୀମାକୁ ସିଲ୍ କରି ତନାଘନା ଚଳାଇଛି ପୋଲିସ । ପଡ଼ୋଶୀ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପୋଲିସକୁ ଆଲର୍ଟ କରାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ସେ ଏସସିବିରୁ ଚମ୍ପଟ ମାରିଲା ସେଦିଗରେ ତଦନ୍ତ ବି ଚାଲିଛି । ଏଥିରେ ତାକୁ କେହି ସହୋଯୋଗ କରିଛନ୍ତି କି ? କିଛି ସମୟ ଭିତରେ କିଭଳି ଉଭାନ ହୋଇଗଲା କୁଆଡ଼େ ? ଏସସିବିରେ ଲାଗିଥିବା ସିସିଟିଭି ଓ ମେଡିକାଲକୁ ସଂଲଗ୍ନ କରୁଥିବା ରାସ୍ତାରେ ଲାଗିଥିବା ସିସିଟିଭିର ବି ପୋଲିସ ଅନୁଧ୍ୟାନ କରୁଛି ।

ଗତକାଲି ଏସସିବି ସର୍ଜରୀ ଓ୍ୱାର୍ଡରୁ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର୍ ହୋଇଯାଇଛି ହାଇଦର । ଗତ ୧୦ ଦିନ ତଳେ ସମ୍ୱଲପୁରରୁ ସେ ଏସସିବିକୁ ଚିକିତ୍ସା ପାଇଁ ଆସିଥିଲା । ତେବେ ହାଇଦରର କଣ ହୋଇଥିଲା ? ଏଠାରେ କଣ ଚାଲିଥିଲା ଚିକିତ୍ସା ? ସେବାବଦରେ କୌଣସି ସୂଚନା ମିଳି ନାହିଁ । ଖୁବ ଶୀଘ୍ର ତାକୁ କାବୁ କରାଯିବା ନେଇ ପୋଲିସ ଆଶା ରଖିଛି ।

Leave A Reply

Your email address will not be published.